ଦଉଡି ସାହାଯ୍ୟରେ ସବୁଠାରୁ ବିପଦଜ୍ଜନକ ଜ୍ୱାଳାମୁଖୀ ଅତିକ୍ରମ କଲେ ନିକ୍, ଭିଡିଓ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | March 05, 2020 IST

ଓ୍ୱାଶିଂଟନ ମାର୍ଚ୍ଚ ୦୫:  ଆମେରିକାର ଡେୟାରଡେଭିଲ୍ ଭାବେ ପରିଚିତ ନିକ୍ ଓ୍ୱାଲେଣ୍ଡା ବୁଧବାର ଦିନ ଏକ ଦୁଃସାହସିକ କାମ କରି ଦେଖାଇଛନ୍ତି। ସେ ନିକାରାଗୁଆରେ ଏକ ବିଷାକ୍ତ ଗ୍ୟାସ, ଲାଭା ଓ ବଡ ବଡ ଗାତରେ ପରିପୂର୍ଣ୍ଣ ଏକ ଜ୍ୱାଳାମୁଖୀକୁ ଦଉଡି ସାହାଯ୍ୟରେ ଅତିକ୍ରମ କରିଛନ୍ତି। ଏହାକୁ ଅତିକ୍ରମ କରିବା ପାଇଁ ସେ ୩୦ ମିନିଟ ସମୟ ନେଇଥିଲେ।

wp:core-embed/twitter {"url":"https://twitter.com/NikWallenda/status/1235395631348244480?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1235395631348244480\u0026ref_url=https%3A%2F%2Fwww.hindustantimes.com%2Fit-s-viral%2Fdaredevil-nik-wallenda-walks-tightrope-across-active-volcano-in-hair-raising-stunt%2Fstory-Q5Yv30dsDpEpDsZdr4a3ML.html","type":"rich","providerNameSlug":"twitter","className":""}
https://twitter.com/NikWallenda/status/1235395631348244480?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1235395631348244480&ref_url=https%3A%2F%2Fwww.hindustantimes.com%2Fit-s-viral%2Fdaredevil-nik-wallenda-walks-tightrope-across-active-volcano-in-hair-raising-stunt%2Fstory-Q5Yv30dsDpEpDsZdr4a3ML.html
/wp:core-embed/twitter

ଏହି ଜ୍ୱାଳାମୁଖୀର ଉଚ୍ଚତା ହେଉଛି ୬୩୫ ମିଟର ଓ ଏହା ୧୨ ମାଇଲ ଯାଏଁ ପରିବ୍ୟାପ୍ତ ହୋଇ ରହିଛି। ସକ୍ରିୟ ଲାଭା ଥିବା ବିଶ୍ୱର ୮ଟି ଜ୍ୱାଳାମୁଖୀ ମଧ୍ୟରୁ ଏହା ଅନ୍ୟତମ। ଓ୍ୱାଲେଣ୍ଡା ବୁଧାବର ରାତ୍ର ୮ଟା ୨୦ରେ ନର୍କର ଦ୍ୱାର ଭାବେ ଜଣାଶୁଣା ଏହି ଗର୍ତ୍ତକୁ ଅତିକ୍ରମ କରିବା ପାଇଁ ୫୫୦ ମିଟର ପାଦରେ ଚାଲିଥିଲେ। ଠିକ ୩୧ ମିନଟ ପରେ ସେ ଏହାକୁ ସଫଳତାର ସହ ଅତିକ୍ରମ କରିଥିଲେ। ବିଷାକ୍ତ ଗ୍ୟାସରୁ ରକ୍ଷା ପାଇବା ପାଇଁ ସେ ଏକ ଗ୍ଲୋବସ୍ ଓ ଶ୍ୱାସଯନ୍ତ୍ର ବ୍ୟବହାର କରିଥିଲେ।

wp:core-embed/twitter {"url":"https://twitter.com/NikWallenda/status/1235398860643549185?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1235398860643549185\u0026ref_url=https%3A%2F%2Fwww.hindustantimes.com%2Fit-s-viral%2Fdaredevil-nik-wallenda-walks-tightrope-across-active-volcano-in-hair-raising-stunt%2Fstory-Q5Yv30dsDpEpDsZdr4a3ML.html","type":"rich","providerNameSlug":"twitter","className":""}
https://twitter.com/NikWallenda/status/1235398860643549185?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1235398860643549185&ref_url=https%3A%2F%2Fwww.hindustantimes.com%2Fit-s-viral%2Fdaredevil-nik-wallenda-walks-tightrope-across-active-volcano-in-hair-raising-stunt%2Fstory-Q5Yv30dsDpEpDsZdr4a3ML.html
/wp:core-embed/twitter

ପୂର୍ବରୁ ସେ ଚିକାଗୋରେ ଦୁଇଟି ଟାଓ୍ୱାର ମଧ୍ୟରେ ଆଖିରେ ପଟି ବାନ୍ଧି ଏକ ଦଉଡି ଉପରେ ଚାଲିଥିଲେ। ଏହା ତାଙ୍କର ଜୀବନରେ ସବୁଠାରୁ ଦୀର୍ଘ ଓ ଭୟଙ୍କର ରାସ୍ତା ଥିଲା ବୋଲି ସେ କହିସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.