ନିଜ ଦେହରେ ନିଆଁ ଲଗାଇଲେ ଯୁବକ, ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ !

Published By : Prameya-News7 Bureau | February 23, 2020 IST

ନୀଳଗିରି ୨୩।୦୨: ଦେହରେ କିରୋସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଗୁରୁତର ଅବସ୍ତାରେ ଯୁବକ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଗୋପାଳପୁର ଗାଁରେ ଘଟିଛି ଘଟଣା ।

{"id":228097,"sizeSlug":"large"}

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଅଯୋଧ୍ୟା ପଂଚାୟତ ଗୋପାଳପୁର ଗାଁର ଶ୍ୟାମସୁନ୍ଦର ସିଂ ଙ୍କ ପୁଅ କିଶୋର କୁମାର ସିଂ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି  । ରବିବାର ଦିନ ନିଜ ଦେହରେ କିରୋସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ଘରୋଇ କଳହକୁ ନେଇ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। କିଶୋରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତ କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକତାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.