ନର୍ସ ନିହାରିକାଙ୍କୁ ଏକୁଟିଆ ରାଜା ମାରିନି, ତା ସହିତ ରହିଛନ୍ତି ଅନ୍ୟମାନେ ! ପଢନ୍ତୁ ପୂରା ଘଟଣା…

Published By : Prameya-News7 Bureau | September 23, 2019 IST

ବାଲିପାଟଣା (ସଂଜୀବ ଦାଶ) ୨୩।୯: ନର୍ସ ନିହାରିକ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିସାରିଥିବା ପୋଲିସ କହୁଛି । ନିହାରିକାଙ୍କୁ ଏକୁଟିଆ ରାଜା ହତ୍ୟା କରିଥିବହା ମଧ୍ୟ ପୋଲିସ ସୂଚନା ଦେଇଛି । ହେଲେ ମୃତ ନିହାରିକାଙ୍କ ବାପା ଓ ମା ଏ କଥା ମାନିବାକୁ ରାଜି ନୁହନ୍ତି । ସେମାନେ କହିଛନ୍ତି ଯେ, ଏକୁଟିଆ ରାଜା ମାରି ନାହିଁ ନିହାରିକାକୁ । ଏଥିରେ ଆହୁରି କିଛି ଲୋକ ସମ୍ପୃକ୍ତ ଅଛନ୍ତି । ଠିକ ତଦନ୍ତ କରି ପୋଲିସ ସେମାନଙ୍କୁ ଗିରଫ କରିବା ସହ କଠୋର ଦଣ୍ଡ ବିଧାନ କରାଯାଉ ବୋଲି ନିହାରିକାଙ୍କ ବାପା ଓ ମା ଦାବି କରିଛନ୍ତି । ଏପଟେ ନିହାରିକଙ୍କ ମୃତ୍ୟୁ ପରେ ନିହାରିକାଙ୍କ ବାପା ମା ଓ ସାନ ଭାଇକୁ ନେଇ ଗରୀବ ସଂସାର ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।  

{"id":161521}

ରାସନ୍ ଚାଉଳ ସହ ନିହାରିକା ପଠାଉଥିବା ୪ହଜାର ଟଙ୍କାରେ ତେଲଲୁଣ ସଂସାର ଚଳୁଥିଲା  । ଏବେ କିପରି ଚଳିବ ସଂସାର  । ନିହାରିକା ତ ଆଉ ନାହିଁ  । ନିହାରିକା ଘରର ଝିଅ ନ ଥିଲା, ଥିଲା ଘରର ପୁଅ  । କାରଣ ନିହାରିକା ଯାହା ରୋଜଗାର କରୁଥିଲା ସେଥିରେ ହିଁ ତାଙ୍କ ପରିବାର ଚଳୁଥିଲା । ରୋଗିଣା ବାପା-ମାଆଙ୍କ ଚିକିତ୍ସା ସହ ସାନ ଭାଇର ପାଠପଢା ଦାୟିତ୍ବ ସବୁ ଥିଲା ନିହାରିକାଙ୍କ ଉପରେ  । କୋହଭରା କଣ୍ଠରେ ଏଭଳି କହିଛନ୍ତି ନର୍ସ ନିହାରିକାଙ୍କ ମା’ ପ୍ରତିମା ପାତ୍ର ।

{"id":161522}

ବାଲିଅନ୍ତା ଥାନା ଭିଙ୍ଗାରପୁର ଗ୍ରାମରେ ନିହାରିକାଙ୍କର ଜନ୍ମ  । ଭିଙ୍ଗାରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ମ ରୁ ୭ମ ଶ୍ରେଣୀ, ଭିଙ୍ଗାରପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିଲେ ନିହାରିକା । ବନମାଳିପୁର ଜୁନିଅର ମହାବିଦ୍ୟାଳୟରୁ +୨ ପାସ୍ କରିଥିଲେ ନିହାରିକା  । ଏହାପରେ ସାତ ବର୍ଷ  ବିରିଡି ସ୍ଥିତ ମାମୁଁ ଘର ହାଜିପୁରର ଏକ ନର୍ସିଂ କଲେଜରୁ ନର୍ସିଂରେ ଜି.ଏନ୍.ଏମ୍ ପାସ୍ କରିଥିଲେ  । ସେଠାରୁ ହିଁ ତାଙ୍କର ରାଜା ସହ ସମ୍ପର୍କ ଗଢି ଉଠିଥିବା ଅନୁମାନ କରାଯାଉଛି ।

{"id":161525}

ନର୍ସିଂ ପଢା ପରେ କଟକର ଏକ ନର୍ସିଂହୋମ୍ ରେ ଚାକିରୀ କରିବା ଆରମ୍ଭ କରିଥିଲେ ନିହାରିକା  । ଏହା ଭିତରେ ତାଙ୍କ ବାପାଙ୍କୁ ବ୍ରେନ ଷ୍ଟୋକ୍ ହେଲା  । ଇଲେକ୍ଟ୍ରିକ୍ ମେକାନିକ୍ ଭାବେ କାର୍ଯ୍ୟ କରୁଥିବା ନିହାରିକା ବାପା ଶଯ୍ୟାସାୟୀ ହୋଇଗଲେ  । ଘରର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିଲା  । ଘର ଚଳିବା, ଔଷଧପତ୍ର କିଣିବା କଷ୍ଟକର ହୋଇପଡୁଥିଲା  । ଏଭଳି ସ୍ଥିତିରେ ଘରକୁ ଚଳାଇବାକୁ ଚେଷ୍ଟା କରିଥିଲେ ନିହାରିକା  । ବାପାଙ୍କ ଚିକିତ୍ସା କରିଥିଲେ ସେ । ବାପା କିଛି ମାତ୍ରାରେ ସୁସ୍ଥ ହେଲେ ମଧ୍ୟ କାମଧନ୍ଧା କରିପାରିଲେନାହିଁ  । ଫଳରେ  ଘର ଚଳିବା ପାଇଁ ମାସକୁ ୪ ହଜାର ଟଙ୍କା ଘରକୁ ପଠାନ୍ତି ନିହାରିକା  ।

{"id":161524}

ନର୍ସିଂହୋମ ପାଖରେ ଏକ ମେସ୍ କରି ସାଙ୍ଗମାନଙ୍କ ସହ ରହୁଥିଲେ ନିହାରିକା । ଯେତେବେଳେ ନିହାରିକା ପାଇଁ ବାହାଘର ଖୋଜା ହେଲା ସେତେବେଳେ ନିହାରିକା ଘରେ ଜଣାଇଥିଲେ କି ସେ ରାଜାକୁ ଭଲପାଉଛନ୍ତି । ପରେ ରାଜାର ମା’ ନିହାରିକାଙ୍କ ମା’ଙ୍କ ସହ ଏ ବିଷୟରେ କଥା ହୋଇଥିଲେ  । ରାଜାର ରୋଜଗାର କଥା ଯେତେବେଳେ ନିହାରିକା ମା’ ପଚାରିଥିଲେ ରାଜା ବେରୋଜଗାର ଥିବା କଥା ରାଜାର ମା’ କହିଥିଲେ  । ଏଭଳି କ୍ଷେତ୍ରରେ ବାହାଘର କିପରି କରାଯିବ ବୋଲି ନିହାରିକାଙ୍କ ମା ପଚାରିଥିଲେ । ତଥାପି ଝିଅର ପସନ୍ଦକୁ ଆଖି ଆଗରେ ରଖି ବାହାଘର ପାଇଁ ରାଜି ହୋଇଥିଲେ ନିହାରିକାଙ୍କ ମା’  । ଆଇଓସିଏଲ୍ ରେ  ରାଜା ଖୁବ୍ ଶୀଘ୍ର ଚାକିରୀ କରିବେ ବୋଲି କହିଥିଲେ ରାଜାର ମା’ । ଦୁଇମାସ ଭିତରେ  ଘର କରି ଦୁଇ ଜଣଙ୍କର ବାହାଘର ହେବ ବୋଲି ନିଷ୍ପତ୍ତି ନେଇଥିଲେ ଦୁଇ ପରିବାର  ।

{"id":161526}

ସେପ୍ଟେମ୍ବର ୮ ତାରିଖରୁ ନିଖୋଜ ହୋଇଗଲା ନିହାରିକା  । ବିରିଡି ଥାନା ବିଲୁଆଖାଇ ନଦୀପଠାରେ ଅଖାଭିତରେ ଏକ ମୃତଦେହ ଦେଖି ନିହାରିକାଙ୍କ ବନ୍ଧୁଘର ନିହାରିକାଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲେ  । ନଦୀପଠାରେ ପରିବାରଲୋକ ପହଁଞ୍ଚିବା ପରେ ଜଗତସିଂହପୁରରେ ଥିଲା ମୃତଦେହ  ।  ପରିବାର ଲୋକ ଜଗତସିଂହପୁରରେ ମୃତଦେହର ପୋଷକ ଦେଖି ନିହାରିକା ବୋଲି ଚିହ୍ନଟ କରିଥିଲେ  । ମାତ୍ର ରାଜା ନିହାରିକାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଲା ଏବଂ ପୋଲିସ ଦ୍ବାରା ଗିରଫ ହୋଇ ଏବେ ଜେଲରେ ଅଛି ରାଜା ।

{"id":161527}

ନିହାରିକା ନିଖୋଜ ହେବା ପରେ ସୋମବାର ଦିନ ସକାଳ ପ୍ରାୟ ୬ଟା୩୦ରେ ରାଜାକୁ ଫୋନ୍ କରିଥିଲେ ନିହାରିକାଙ୍କ ମା । କିଛି ମାର୍କେଟିଙ୍ଗ ସାରି ନିହାରିକାଙ୍କୁ ନିର୍ସିଂହୋମ୍ ନିକଟରେ ଛାଡି ଆସିଥିବା କହିଥିଲା ରାଜା । ହତ୍ୟାକାଣ୍ଡରେ କେବଳ ରାଜାର ହାତ ନୁହେଁ, ହତ୍ୟାକାଣ୍ଡରେ ଅନ୍ୟମାନେ ମଧ୍ୟ ସାମିଲ ଥିବା ଅଭିଯୋଗ ଆଣିଛନ୍ତି ନିହାରିକାଙ୍କ ବାପା ମା ।

{"id":161528}

ଏତେ ଭଲପାଇବା ଏବଂ ପରେ ହତ୍ୟାକାଣ୍ଡକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ନିହାରିକାଙ୍କ ପରିବାର  । ଏଥିରେ ରାଜା ସହ ଅନ୍ୟ କେହି ସଂପୃକ୍ତ ଥିବା ଅଭିଯୋଗ ଆଣିଛନ୍ତି ନିହାରିକାଙ୍କ ପରିବାର । ପୋଲିସ ଏ ଦିଗରେ ତଦନ୍ତ କରି ଅନ୍ୟମାନଙ୍କୁ ଗିରଫ କରିବା ସହ ହତ୍ୟାକାରୀ ରାଜାକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ନିହାରିକା ବାପା ମା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.