Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନର୍ସ ନିହାରିକା ହତ୍ୟାକାଣ୍ଡ ତ୍ରିକୋଣୀୟ ପ୍ରେମ କାହାଣୀ ଯୋଗୁଁ ନୁହେଁ -ଜାଣନ୍ତ ପୂରା ଘଟଣାକ୍ରମ

21/09/2019 at 6:05 PM

ଭୁବନେଶ୍ୱର – ଜଗତସିଂହପୁର ବିଲୁଆଖାଇ ନଦୀ ପଠାରୁ ନର୍ସ ନିହାରିକାଙ୍କୁ ମୃତଦେହ ଏକ ପ୍ଲାଷ୍ଟିକ ବ୍ୟାଗକୁ ହାତବନ୍ଧା ଅବସ୍ଥାରେ ମିଳିଥିଲା । ଏବେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି । ପୁଲିସ ଆଗରେ ହତ୍ୟାକାରୀ ପ୍ରେମିକ ରାଜା ଓରଫ କିଶୋର ଆଞ୍ଚଲ କିପରି ହତ୍ୟା କରିଥିଲା ତାହାର ଡେମୋ କରି ଦେଖାଇଛି ।

କେବଳ ସେତକି ନୁହେଁ ଏକୁଟିଆ ହତ୍ୟା କରିବା ପରେ ନିହାରିକାଙ୍କ ଶବକୁ ଏକ ପ୍ଲାଷ୍ଟିକ ବ୍ୟାଗରେ ବାନ୍ଧି ନିଜର କଳା ରଙ୍ଗର ହୋଣ୍ଡା ସାଇନ୍‌ ମଟର ସାଇକେଲ୍‌ରେ ପୁରାଇ ବିଲୁଆ ଖାଇ ନଦୀ ପଠାକୁ ନେଇଥିଲା ହତ୍ୟାକାରୀ ପ୍ରେମିକ ରାଜା । କଟକ ଚାଉଳିଆଗଞ୍ଜରେ ସାଙ୍ଗ ସୁନୀଲ ସାହୁର ଭଡା ଘରେ ହତ୍ୟା କରିବା ପରେ ସେ ଶବକୁ ବିଲୁଆ ଖାଇ ନଦୀ ପଠାକୁ ନେଇ ପ୍ରମାଣ ନଷ୍ଟ କରିବା ପାଇଁ ନଦୀରେ ବ୍ୟାଗକୁ ଫିଙ୍ଗିଥିଲା । ଆଗରୁ ତ୍ରିକୋଣୀୟ ପ୍ରେମ କାହାଣୀରୁ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଚର୍ଚ୍ଚା ହୋଇଥିଲା । ମାତ୍ର ଜଗତସିଂହପୁର ଏସ୍‌ପି ଆର୍‌ ପ୍ରକାଶ ଏହାକୁ ଅସ୍ୱୀକାର କରିଛନ୍ତି । ବିବାହକୁ ନେଇ ଦୁଇଜଣଙ୍କ ମଧ୍ୟରେ ମତାନ୍ତର ହେବାରୁ ରାଜା ନିହାରିକାଙ୍କର ହତ୍ୟା କରିଥିଲା ।

ବ ଉଦ୍ଧାର ସମୟରେ ତାଙ୍କର ମୁହଁ କଳା ପଡିବା ସହ ବିକୃତ ହୋଇଯାଇଥିଲା । ଏହାକୁ ଏସିଡ୍‌ ପକାଇ କିମ୍ବା ଅନ୍ୟ କୌଣସି ଉପାୟରେ ବିକୃତ କରାଯାଇଥିବା ଚର୍ଚ୍ଚା ହେଉଥିଲା । ସାମ୍ବାଦିକ ସମ୍ମିଳନୀ ବେଳେ ଅଧିକ ଦିନ ପାଣିରେ ପଡି ରହିବା ଯୋଗୁଁ ଶବ ପଚିଯାଇ ଏପରି ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି

ଏପରି ଘଟିଥିଲା ହତ୍ୟାକାଣ୍ଡ ଘଟଣାକ୍ରମ-

ସେପ୍ଟେମ୍ବର ୮ ତାରିଖ ରାତିରେ ଏହି କାଣ୍ଡକାରଖାନା କରିଥିଲା ରାଜା
୮ ତାରିଖ ଅପରାହ୍ନ ୪ ବେଳେ ଏମ୍‌ଏମ୍‌ ନର୍ସିଂହୋମରୁ ନିହାରିକାଙ୍କୁ ନଇ ରାଜା ଚାଉଳିଆଗଞ୍ଜର ସାଙ୍ଗ ସୁନୀଲର ଭଡାଘରେ ପହଞ୍ଚିଥିଲା ।
ଘଣ୍ଟାଏ ଦୁଇ ଘଣ୍ଟା ରହିବାପରେ ବାହାଘରକୁ ନେଇ ମତାନ୍ତର ହୋଇଥିଲା ।
ରାଜା କିଛି କରୁ ନଥିବାରୁ ବିବାହ ପାଇଁ ନିହାରିକା ଅରାଜି ହୋଇଥିଲେ ।
ନିହାରିକାଙ୍କ ତଣ୍ଟିଚିପି ହତ୍ୟା କରିଥିଲା ରାଜା ।
ଏହାପରେ ଏକ ପ୍ଲାଷ୍ଟିକ ଅଖାରେ ନିହାରିକାଙ୍କ ଶବକୁ ବାନ୍ଧିଥିଲା ।
ନିଜ କଳା ରଙ୍ଗର ହୋଣ୍ଡା ସାଇନ୍‌ ଗାଡିରେ ଲଦି ବିଲୁଆଖାଇ ନଦୀ ପଠାକୁ ଯାଇଥିଲା।
ଶବକୁ ନଦୀ ଭିତର ଫିଙ୍ଗି ଦେଇଥିଲା ।


୧୭ ତାରିଖ ଦିନ ଶବ ଭର୍ତ୍ତି ଅଖାଟି ନଦୀ ପଠାରେ ଲାଗିବା ସ୍ଥାନୀୟ ଅଞ୍ଚଳରେ ଖବର ବ୍ୟାପିଯାଇଥିଲା ।
ଅଖାରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ ।
ପୋଲିସ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା ।
ତେବେ ରାଜା ଏହାପରଠାରୁ ଫେରାର ହୋଇଯାଇଥିଲା ।

ପୁଲିସ ଏହାର ପ୍ରମାଣ ପାଇବା ପରେ ରାଜା ଆତ୍ମସମର୍ପଣ କରିଛି ।
ଅଧିକ ତଦନ୍ତ ପାଇଁ ପୁଲିସ ରାଜାକୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରିଛି ।

   Related Posts