ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
23/11/2020 at 3:42 PM

ଭୁବନେଶ୍ବର ୨୩।୧୧: ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ । ଓଟିଭିର ଚିଫ୍ ଅପରେଟିଂ ଅଫିସର ଏବଂ ଓଡିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ନିହାର ଭୂୟାଁ ।
ଖୋର୍ଦ୍ଧା ସାରୁଅ ସ୍ଥିତ ଜମି ଦୁର୍ନୀତି ମାମଲାରେ ନିହାର ଭୂୟାଁଙ୍କୁ ଜେରା କରାଯାଇଥିଲା । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ନିହାରଙ୍କୁ ଜେରା କରିଥିଲା । କ୍ରାଇମବ୍ରାଞ୍ଚର ନୋଟିସ୍ ଆଧାରରେ ଇଓଡବ୍ଲୁ ନିକଟରେ ଗତ ୧୭ ତାରିଖରେ ହାଜର ହୋଇଥିଲେ ନିହାର ଭୂୟାଁ । ଜମି ଦୁର୍ନୀତି ନେଇ ତାଙ୍କୁ ଜେରା କରାଯାଇଥିଲା
ଜମି କେଳେଙ୍କାରୀରେ ନିହାରଙ୍କ ସମ୍ପୃକ୍ତି ଥିବା ନେଇ କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡିଥିଲା । ତଦନ୍ତକାରୀ ଟିମ୍ ନିହାରଙ୍କୁ ଜମି କେଳେଙ୍କାରୀ ଘଟଣା ଉପରେ ଜେରା କରିଥିଲା ।
Related Posts
ସମ୍ ହସ୍ପିଟାଲ୍ରେ ଜାରି ରହିଛି ଶତ ପ୍ରତିଶତ ଟୀକାକରଣ
20 January 2021
ଅଲୋଡା ହେଲା ଶିଶୁପତ୍ର, ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର
20 January 2021
କାର୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
20 January 2021