ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା

Published By : Prameya-News7 Bureau | February 26, 2021 IST

ଢେଙ୍କାନାଳ ୨୬।୨: ଭିଜିଲାନ୍ସ ଜାଲରେ ପଡିଲେ ଥାନା ଅଧିକାରୀ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ନିହଲ ପ୍ରସାଦ ଥାନା ଅଧିକାରୀ  । ନିହଲ ପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଏକ ଯୌତୁକ ଜନିତ ମାମଲାରେ ୩୦୭ଦଫା କାଟିବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ତାଙ୍କ ନିକଟରୁ ୬ ହଜାର ଟଙ୍କା ଜବତ କରାଯାଇଛି ।  ଲାଞ୍ଚ ଟଙ୍କା ସହ ଜଣେ ହୋମଗାର୍ଡକୁ ମଧ୍ୟ ଭିଜିଲାନ୍ସ ଟିମ୍ କାବୁ କରିଛି ।

ସୂଚନାଯୋଗ୍ୟ ଯେ, ଯୌତୁକ ଜନିତ ନିର୍ଯାତନା ମାମଲାରେ ମରଣାନ୍ତକ ଆକ୍ରମଣ ଜନିତ ଦଫା କାଟିଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଆଉ ଏହି ଟଙ୍କା ଲାଞ୍ଚ ନେବାବେଳେ ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଲାଞ୍ଚ ନେଇଥିବା ରାସାୟନିକ ବୋଳା ୬ ହଜାର ଟଙ୍କାକୁ ଭିଜିଲାନ୍ସ ତାଙ୍କଠାରୁ ଜବତ କରିଛି । ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ସହ ଏହି ଲାଞ୍ଚ ଟଙ୍କା ନେବାବେଳେ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି । ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ଥାନା ଅଧିକାରୀଙ୍କ ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ଓ ଲଣ୍ଡ୍ରି ଦୋକାନୀ ଲକ୍ଷ୍ମଣ ସେଠୀ ବୋଲି ଜଣାପଡିଛି । ଉଭୟଙ୍କ ଘର ସ୍ଥାନୀୟ ନିହଲପ୍ରସାଦରେ ବୋଲି ଜଣାପଡିଛି ।

ନିହଲ ପ୍ରସାଦ ଅଂଚଳର ଅଇଁଠା ସେଠୀ ନାମକ ଜଣେ ବ୍ୟକ୍ତିଙ୍କର ପୁଅଙ୍କ ନାମରେ ଯୌତୁକଜନିତ ନିର୍ଯାତନା ସମ୍ପର୍କିତ ଏକ ମାମଲା ନିହଲ ପ୍ରସାଦ ଥାନାରେ ରହିଥିଲା । ତେବେ ଏହି ମାମଲାରୁ ୩୦୭ଦଫା କାଟିଦେବା ପ୍ରଲୋଭନ ଦେଖାଇ ୬ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଥାନା ଅଧିକାରୀ । ଫଳରେ ଏ ସମ୍ପର୍କରେ ଅଇଁଠା ସେଠୀ କଟକ ଭିଜିଲାନ୍ସ ବିଭାଗର ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଆଜି ଯୋଜନାବଦ୍ଧ ଭାବେ ଏହି ତାଙ୍କ ଲାଞ୍ଚ ନେବାବେଳେ ଢେଙ୍କାନାଳ ଭିଜିଲାନ୍ସ ସହାୟତାରେ ସେମାନଙ୍କୁ କାବୁ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.