Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ଏହି ବଲିଉଡ୍ ଅଭିନେତ୍ରୀଙ୍କ ପୁଅର ଭିଡିଓ ହେଲା ଭାଇରାଲ, ଜାଣନ୍ତୁ ରିଟ୍ୱିଟ୍ ରେ କ’ଣ ଉଲ୍ଲେଖ କରିଛନ୍ତି ମୋଦି

17/10/2019 at 4:02 PM

ବଲିଉଡ୍ ଅଭିନେତ୍ରୀ ଗୁଲ ପନାଗ ଏବେ ପୁଣି ଚର୍ଚ୍ଚାରେ । ଏଥର କୌଣସି ଫିଲ୍ମ କି ସିରିଏଲ ନୁହେଁ ତାଙ୍କ ପୁଅ ନିହାଲ ଯୋଗୁ ଶିରୋନାମା ପାଲଟିଛନ୍ତି। ସେ ସୋସାଲ ସାଇଟ୍ ରେ ପୁଅର ଏକ ଭିଡିଓ ଅପଲୋଡ କରିଥିଲେ। । ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଟ୍ୱିଟ୍ ର ରିଟ୍ୱିଟ୍ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗୁଲ ତାଙ୍କ ପୁଅର ଯେଉଁ ଭିଡିଓ ଅପଲୋଡ କରିଛନ୍ତି ସେଥିରେ ଅଜ୍ଞାନ ବାଳକଟି ମ୍ୟାଗଜିନର କଭର ପେଜ୍ ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦେଖି ଚିହ୍ନି ଦେଉଥିବା ଦେଖାଯାଇଛି। ଗୁଲ ଭିଡିଓର କ୍ୟାପସନ୍ ରେ ଲେଖିଛନ୍ତି ‘ନିହାଲ ଏବେ ପେପର ଓ ମ୍ୟାଗଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିହ୍ନିଲାଣି, ଏଣୁ  ସବୁଦିନ ସକାଳେ ପେପରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦେଖି ତାଙ୍କ ଆଡକୁ ଇଶାରା କରୁଥିବା ଏବେ ବୁଝିପାରୁଛି’।

ଟ୍ୱିଟ୍ ରେ ଗୁଲ ଭିଡିଓ ଅପଲୋଡ ହେବାର ମାତ୍ର କିଛି ସମୟ ପରେ ଭାଇରାଲ ହେବାକୁ ଲାଗିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଭିଡିଓ ଟ୍ୟାଗ୍ କରାଯାଇଥିବାରୁ ସେ ମଧ୍ୟ ଏହାକୁ ଦେଖି ରିଟ୍ୱିଟ୍ କରିଛନ୍ତି।  ପ୍ରଧାନମନ୍ତ୍ରୀ ଭିଡିଓକୁ ଅତ୍ୟନ୍ତ ମନମୋହକ ବୋଲି ଉଲ୍ଲେଖ କରିବା ସହ ଶିଶୁଟି ଲାଗି ଗୁଲ ଗୁରୁ ଓ ମାର୍ଗ ଦର୍ଶକ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହାଛଡା ପ୍ରଧାନମନ୍ତ୍ରୀ ଶିଶୁ ନିହାଲକୁ ଆଶିର୍ବାଦ ମଧ୍ୟ କରିଛନ୍ତି।

   Related Posts