ଶହ ଶହ ମହିଳାଙ୍କର ନାଇଟ୍ ଓ୍ୱାକ –ଦେଇଥିଲେ ଏହି ବାର୍ତ୍ତା
30/12/2019 at 7:35 PM

ଥିରୁଭାଅନନ୍ତପୁରମ ୩୦।୧୨ – ୨୦୧୨ ଡିସେମ୍ବର ୨୯ ତାରିଖ। ୭ ବର୍ଷ ତଳେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ନିର୍ଭୟା। ସିଙ୍ଗାପୁରର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୩ ଦିନ ମୃତ୍ୟୁ ସହ ସଂଗ୍ରାମ କରିଥିଲେ ନିର୍ଭୟା। ଦିଲ୍ଲୀରେ ବସରେ ତାଙ୍କ ପ୍ରତି ହୋଇଥିଲା ଗଣବଳାତ୍କାର।

ଏହି ଘଟଣା ମହିଳାଙ୍କ ସୁରକ୍ଷା ନେଇ ସୃଷ୍ଟି କରିଥିଲା ଅନେକ ପ୍ରଶ୍ନବାଚୀ। ମହିଳା ଏବେ ବି ସୁରକ୍ଷିତ। ରାତି ଅଧରେ ରାସ୍ତାରେ ଯାଇ ପାରିବେ। ତା ପୁଣି ନିର୍ଭୟ ହୋଇ। ଏହି ବିଷୟ ପ୍ରତି ସଚେତନତା ସୃଷ୍ଟି କରିବାକୁ କେରଳ ସରକାର କରିଛନ୍ତି ଗୋଟିଏ ଅଭିନବ କାର୍ଯ୍ୟକ୍ରମ। ତିରୁବନନ୍ତପୁରମ୍ରେ ହୋଇଛି ମହିଳାଙ୍କ ନାଇଟ ୱାକ୍କ୍।

ଏହି ନାଇଟ ୱାକ୍ରେ ଚାଲିଥିଲେ ଶହ ଶହ ମହିଳା। ହାତରେ ଥିଲା ପ୍ଲାକାର୍ଡ। ଏହି ରାଲିରେ କେବଳ ମହିଳା ନୁହନ୍ତି। କମ ବୟସର ପିଲାମାନେ ମଧ୍ୟ ଭାଗ ନେଇଥିଲେ।

-ମଧ୍ୟରାତି ପରେ ଆରମ୍ଭ ହୋଇଥିଲା ଏହି ଚାଲି। ତିରୁବନନ୍ତପୁରମ୍ ରାସ୍ତାରେ ମହିଳାମାନେ ରାତିରେ ନିର୍ଭୟରେ ଯାଇ ପାରିବେ ବୋଲି ଦେଇଥିଲେ ବାର୍ତ୍ତା।
୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରାତିରେ ନିର୍ଭୟାଙ୍କ ଉପରେ ହୋଇଥିଲା ଅତ୍ୟାଚାର। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ବେଶୀ ଗୁରୁତର ହେବା ପରେ ତାଙ୍କୁ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମୃତ୍ୟୁ ସହ ସଂଗ୍ରାମରେ ସେ ହାରି ଯାଇଥିଲେ। ଆଜିର ଦିନରେ ହୋଇଥିଲା ତାଙ୍କର ମୃତ୍ୟୁ।
ଆଙ୍କର-ଦେଶରେ ବଢି ଚାଲିଛି ମହିଳାଙ୍କ ପ୍ରତି ନିର୍ଯ୍ୟାତନା। ଦୁଷ୍କର୍ମ ମାମଲାକୁ ନେଇ କମ ହେଉ ନାହିଁ ଚର୍ଚ୍ଚା। ଆଶା କରିବା ମହିଳାଙ୍କ ଏହି ନାଇଟ ୱାକ୍ ସମସ୍ତଙ୍କ ପାଇଁ ପ୍ରେରଣା ହେଉ। ନିର୍ଭୟାରେ ଦେଶର ସବୁ ସହରରେ ରାତିରେ ଯିବା ଆସିବା କରନ୍ତୁ ମହିଳା।