କରୋନା କଟକଣା: ରାତି କାର୍ଯ୍ୟକ୍ରମ ଉପରେ ଲାଗିଲା ରୋକ୍, ଦିନରେ ହେବ ବାହାଘର

Published By : Prameya-News7 Bureau | April 16, 2021 IST

ଚଣ୍ଡୀଗଡ଼ ୧୬/୦୪ : ଦେଶରେ କରୋନା ପ୍ରକୋପ ଜାରି ରହିଛି। ଅନେକ ରାଜ୍ୟରେ ସଂକ୍ରମଣ ଲଗାତାର ବୃଦ୍ଧି ପାଉଛି। ହରିୟାଣା ମଧ୍ୟରେ ପଛରେ ନାହିଁ। ବୃଦ୍ଧି ପାଉଥିବା କରୋନା ମାମଲାକୁ ନେଇ ଚିନ୍ତିତ ଥିବା ହରିୟାଣା ସରକାର କିଛି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ରାତିରେ ହେବାକୁଥିବା ବାହାଘର ଓ ନବରାତ୍ରି ପାଇଁ ରାତିରେ ଆୟୋଜନ ହେବାକୁଥିବା କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛନ୍ତି। ବିବାହ ସମାରୋହ ଓ ଧାର୍ମିକ ଆୟୋଜନ ଦିନରେ କରିବାକୁ ପରାମର୍ଶ ଦେଇଛନ୍ତି। ବିବାହ ସମାରୋହରେ ଇଣ୍ଡୋର କ୍ୟାମ୍ପସରେ ୫୦ ଅତିଥି ଓ ଆଉଟଡୋର ସମାରୋହ ପାଇଁ ୨୦୦ ଜଣଙ୍କୁ ଜମା ହେବାକୁ ଅନୁମତି ଦିଆଯାଇନାହିଁ।

ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମଣିଛତ୍ର ଲାଲ ଖଟ୍ଟର ଜିଲ୍ଲା ଉପଯୁକ୍ତ, ପୋଲିସ ଅଧିକ୍ଷକ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ବୈଠକ କରି କରୋନା ସଂକ୍ରମଣ ରୋକିବାକୁ ନେଇ ବୈଠକ କରିଥିଲେ। ଏହି ଭିଡିଓ କନଫରେନସିଂ ବୈଠକରେ ଉପମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ। ବୈଠକରେ ଅନେକ ଗୁରୁତ୍ତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନ ବ୍ୟବସ୍ଥା ସ୍ଥିତି ବଜାୟ ରଖିବାକୁ ପୋଲିସ ଅଧିକାରୀ କରୋନା ଗାଇଡଲାଇନ ପାଳନ ହେଉଥିବା ସୁନିଶ୍ଚିତ କରନ୍ତୁ। ପୋଲିସ ଅଧିକାରୀ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପ୍ରେରିତ କରନ୍ତୁ ବୋଲି ସେ କହିଛନ୍ତି। ମାସ୍କ ନ ପିନ୍ଧିଲେ ଚାଲାଣ କଟାଯିବ ବୋଲି ସେ କହିଛନ୍ତି। କଣ୍ଟାକ୍ଟ ଟ୍ରେସିଙ୍ଗ ଓ କରୋନା ଯାଞ୍ଚ ବଢାଇବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ହରିୟାଣାରେ ଲକଡାଉନ ଲାଗୁ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.