Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଗାଡି ଅଟକିଛି, ଘୁଙ୍ଗୁଡି ମାରୁଛନ୍ତି ପୋଲିସ ବାବୁ : ବାଃ ବାଃରେ ନାଇଟ୍ ପାଟ୍ରୋଲିଂ… ଭିଡିଓ ଭାଇରାଲ୍

2/08/2021 at 7:03 PM

ଆଠଗଡ ୨।୮: ଖୁଣ୍ଟୁଣୀ ଥାନା ଅଧିନରେ ଥିବା ଘଣ୍ଟିଖାଲ ଫାଣ୍ଡିର ନାଇଟ୍ ପାଟ୍ରୋଲିଂରେ ଯାଇଥିବା ପୋଲିସ ଭ୍ୟାନ ଘଣ୍ଟିଖାଲ ରେଳ ଫାଟକ ନିକଟରେ ଭ୍ୟାନକୁ ରାସ୍ତାରେ ରଖି ରାତି ଗୋଟାଏ ବେଳେ ନିଘୋଡ ନିଦରେ ଶୋଇଛନ୍ତି ୩ ପୋଲିସ କର୍ମଚାରୀ । ଜଣେ ହେଉଛନ୍ତି ଘଣ୍ଟିଖାଲ ଫାଣ୍ଡି ଅଧିକାରୀ ହରିହର ବେହେରା, ଅନ୍ୟ ଦୁଇ ଜଣ କର୍ମଚାରୀ ଅଟନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ନାଇଟ୍ ପାଟ୍ରୋଲିଂ କାହା ପାଇଁ ? ଯେତେବେଳେ ସାରା ରାଜ୍ୟରେ ସାଧାରଣ ଲୋକ ଘରେ ଶୋଇଥାନ୍ତି ଆମ ପୋଲିସ ସେତେବଳେ ରାତି ସାରା ଉଜାଗର ରହି ପ୍ରହରା ଦେଇଥାନ୍ତି ।

କିନ୍ତୁ ଏଠି ଦେଖିବାକୁ ମିଳିଛି ଖୁଣ୍ଟୁଣୀ ଥାନା ଅଧିନ ଘଣ୍ଟିଖାଲ ଫାଣ୍ଡି ଅଧିକାରୀ କେମିତି ରାତିରେ ଡ୍ୟୁଟି କରୁଛନ୍ତି ତାହା ବାସ୍ତବ ଚିତ୍ର ବୟାନ କରୁଛି । ତେବେ ସରକାରଙ୍କର ମୋଟା ଅଙ୍କର ଦରମା ପାଇ ପୋଲିସ ବାବୁ ଜଣଙ୍କ ତାଙ୍କ ଡ୍ୟୁଟିରେ କେତେ ସ୍ଵଚ୍ଛତା ତାହା ସ୍ପଷ୍ଟ ବାରି ହେଉଛି । ପୋଲିସ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଏ ପୋଲିସ ବାବୁମାନଙ୍କ ଉପରେ କି କର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି  ଦେଖିବାକୁ ବାକି ରହିଲା ।

   Related Posts