ଆଜିଠୁ ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ, ଜରୁରୀ ନଥିଲେ ଛତିଶଗଡ ନଯିବାକୁ ପରାମର୍ଶ

Published By : Prameya-News7 Bureau | April 05, 2021 IST

ଭୁବନେଶ୍ୱର ୦୫।୦୪: ଆଜିଠୁ ରାଜ୍ୟର ୧୦ଟି ଜିଲ୍ଲାରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ। ରାତି ୧୦ଟା ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗିବ। ପଡ଼ୋଶୀ ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ସୀମାବର୍ତ୍ତୀ ୧୦ଜିଲ୍ଲା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଆଜିଠୁ ନାଇଟ କର୍ଫ୍ୟୁ ଲାଗୁ ହେବ। ଏ ସବୁ ଜିଲ୍ଲାରେ ରାତି ୧୦ଟାରୁ ସକାଳ ୫ଟା ଯାଏ କଟକଣା ରହିବ । ସେହିପରି ଝାରସୁଗୁଡା ଜିଲ୍ଲାର ୧୨ ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ନାଇଟ୍ କର୍ଫ୍ୟୁ ସମୟରେ ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବନ୍ଦ ରହିବ।

ତେବେ ଏହି ସମୟରେ ଜରୁରୀକାଳୀନ ସେବା ସହ ହୋମ୍ ଡେଲିଭରି ଚାଲୁ ରହିବ । ଏହି ସମୟରେ ମେଡିକାଲ କିମ୍ବା ଅନ୍ୟ ଏମରଜେନସିରେ ଲୋକେ ଯାତାୟତ କରିପାରିବେ । ଡାକ୍ତର, ମେଡିକାଲ ଓ ପାରା ମେଡିକାଲ ଷ୍ଟାଫଙ୍କ କାର୍ଯ୍ୟ ଜାରି ରହିବ । ସ୍ବାସ୍ଥ୍ୟସେବା, ଆମ୍ବଲାନ୍ସ ସେବା ଜାରି ରହିବ । ବିଦ୍ୟୁତ୍ , ଅଗ୍ନିଶମ , ଟେଲିକମ୍ , ଜଳ ଯୋଗାଣ , ରେଲୱେ ଓ ଏୟାରପୋର୍ଟ କର୍ମଚାରୀଙ୍କ ପାଇଁ କଟକଣା ନାହିଁ । ନାଇଟ କର୍ଫ୍ୟୁ ସମୟରେ ପେଟ୍ରୋଲ ପମ୍ପ, ସିଏନଜି ଷ୍ଟେସନ ଏବଂ ଶିଳ୍ପ ପ୍ରତିଷ୍ଠାନ ଖୋଲା ରହିବ । ହୋମ ଡେଲିଭରି ଚାଲୁ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.