Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କାଲିଠୁ ନାଇଟ୍ କର୍ଫ୍ୟୁ, ଜାଣନ୍ତୁ କ’ଣ ରହିବ ଖୋଲା ଏବଂ ବନ୍ଦ

16/04/2021 at 12:30 PM

ଭୁବନେଶ୍ୱର,୧୬/୦୪:  ରାଜ୍ୟରେ କରୋନା ସଂକ୍ରମଣ ମାଡିଚାଲିଛି । ଏହାକୁ ନଜରରେ ରଖି ସରକାର ବଡ ପଦକ୍ଷେପ ନେଇଛନ୍ତି । ୧୭ ତାରିଖରୁ ରାଜ୍ୟର ୧୦ ଛତିଶଗଡ ସମୀନ୍ତ ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ସେହିପରି ଅନ୍ୟ ସବୁ ଜିଲ୍ଲାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ଯାଏଁ ରାତ୍ରିକାଳିନ କର୍ଫ୍ୟୁ ରହିବ । ଏହି ସମୟରେ ସାଧାରଣ ଜନତାଙ୍କ ଗତିବିଧିକୁ ବନ୍ଦ କରାଯାଇଛି ।ଏହାସହ କଣ କଣେ ସେବା ଜାରି ରହିବ ସେନେଇ ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି ।

ନାଇଟ୍‌ କର୍ଫ୍ୟୁବେଳେ ସମସ୍ତ ଜରୁରୀକାଳୀନ ସେବା ଓ ମାଲ୍‌ ପରିବହନ ଜାରି ରହିବ । ଜଳଯୋଗାଣ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍‌ ସେବା, ଏଲ୍‌ପିଜି ଗ୍ୟାସ ବିତରଣ, ଟେଲିକମ, ଫୁଡ୍‌ ଡେଲିଭରି ସଂସ୍ଥା, ଆଇଟି କମ୍ପାନି, ନିର୍ମାଣ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ସହ ଜଡ଼ିତ କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ। ରେଳ ଷ୍ଟେସନ, ବିମାନବନ୍ଦର ଓ ବସଷ୍ଟାଣ୍ଡକୁ ଯାତ୍ରୀ ନେବା ଆଣିବା ପାଇଁ ଗାଡ଼ି ଯାଇପାରିବ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀମାନେ ନାଇଟ୍‌ କର୍ଫ୍ୟୁବେଳେ ଯାତାୟତ କରିପାରିବେ ।

ସଟଡାଉନ ସମୟରେ ମଧ୍ୟ ଜରୁରୀ ସେବା ଜାରି ରହିବ । ଏହି ସମୟରେ ବିବାହ ଓ ଶେଷକୃତ୍ୟ କର୍ମ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ହେବ । ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଭିତରେ ଖବରକାଗଜ ବିତରଣ କାର୍ଯ୍ୟ କରିପାରିବେ । ତେଜରାତି ସାମଗ୍ରୀ ଓ ଖାଦ୍ୟ ହୋମ୍‌ ଡେଲିଭରି ହୋଇପାରିବ । କୃଷି, ମାଛ ଚାଷ, ପଶୁପାଳନ ଓ ଶିଳ୍ପାନୁଷ୍ଠାନ କାମ କଟକଣାମୁକ୍ତ ରହିଛି । ରାଜପଥ ଓ ଏନଏଚ ପାଶ୍ୱର୍ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ।

ସୂଚନାଯୋଗ୍ୟ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ରାତ୍ରି କର୍ଫ୍ୟୁ ଅବଧିକୁ ବଢ଼ାଯାଇଛି । ଏସବୁ ଜିଲ୍ଲାରେ ଆସନ୍ତା ୧୭ ତାରିଖଠାରୁ (ଶନିବାରଠାରୁ) ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ । ଏହି ୧୦ ଜିଲ୍ଲାର ସବୁ ସହରାଞ୍ଚଳରେ ଆସନ୍ତା ୧୭ ତାରିଖରୁ ପ୍ରତି ଶନିବାର-ରବିବାର ସଟଡାଉନ ହେବ । ବାକି ୨୦ ଜିଲ୍ଲାର ସବୁ ସହରାଞ୍ଚଳରେ ଆସନ୍ତା ଶୁକ୍ରବାରଠୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ।

   Related Posts