Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ସମସ୍ତ ସହରରେ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି

14/04/2021 at 9:06 PM

ଜୟପୁର ୧୪/୪: କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜସ୍ଥାନର ଗେହଲଟ ସରକାର ସମସ୍ତ ସହରରେ ନାଇଟ୍‌ କର୍ଫ୍ୟୁ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସବୁ ସହରରେ ଏପ୍ରିଲ ୧୬ରୁ ୩୦ ତାରିଖ ଯାଏ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ସନ୍ଧ୍ୟା ୬ରୁ ସକାଳ ୬ ଯାଏ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ ଲଗାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ଏବେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି କିନ୍ତୁ ଯେଉଁ ଭଳି ଭାବେ ସଂକ୍ରମଣ ବଢ଼ୁଛି ଏଥିରେ ପରିସ୍ଥିତି ବଗିଡ଼ିପାରେ। ରାଜ୍ୟରେ ମଙ୍ଗଳବାର ୫,୫୨୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮ ଜଣଙ୍କ ମୃତ୍ୟୁ ହୋଇଛି ।

ଏବେ ସୁଦ୍ଧା ରାଜ୍ୟରେ ମୋଟ ୩,୭୫,୦୯୨ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। ଏହାକୁ ନଜରରେ ରଖି ୬୦ରୁ ଅଧିକ ବେଡ୍‌ ଥିବା ହସ୍ପିଟାଲରେ ୨୫ ପ୍ରତିଶତ ବେଡ୍‌ କରୋନା ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ପ୍ରତି ଦିନ ହସ୍ପିଟାଲରେ ୧୦୦ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଉଛି। ଏବେ ରାଜ୍ୟରେ ସ୍ଥିତି ସାଂଘାତିକ ରହିଛି। ହସ୍ପିଟାଲରେ ବେଡ୍‌ ଭର୍ତ୍ତି ହୋଇ ହୋଇ ଚାଲିଛି। ୪୫୦ ବେଡ୍‌ରେ ଅକ୍ସିଜେନ୍‌ ଯୋଗାଣ ଠିକ୍‌ ଭାବେ ଚାଲିଛି ବୋଲି ଜଣେ ଡାକ୍ତର ଅଜିତ ସିଂହ ସୂଚନା ଦେଇଛନ୍ତି।

   Related Posts