Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଏଥର କଟକଣାରେ ଦୁର୍ଗାପୂଜା : ୧୧ରୁ କଡାକଡି ହେବ ନାଇଟ୍ କର୍ଫ୍ୟୁ, ମଣ୍ଡପରେ ରହିବେନି ୭ରୁ ଅଧିକ

9/10/2021 at 3:35 PM

ଭୁବନେଶ୍ବର ୯।୧୦: କୋଭିଡ୍ କଟକଣା ଭିତରେ ପାଳନ ହେବ ଚଳିତ ବର୍ଷ ଦୁର୍ଗାପୂଜା । ଜୀବନ ଆଗ ପାର୍ବଣ ପଛ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ପୂଜା ମଣ୍ଡପରେ ୭ ଜଣରୁ ଅଧିକ ରହିବେ ନାହିଁ । ମଣ୍ଡପ ଚାରି ପଟେ ପରଦା ରହିବ । ପ୍ରୋସେସନ ହେବ ନାହିଁ । ୧୧ ତାରିଖରୁ ନାଇଟ୍ କର୍ଫ୍ୟୁ ଲାଗିବ । କୋଭିଡ୍ ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ପୂଜା ମଣ୍ଡପରେ ଲାଇଟ୍ ଲଗେଇବାରେ କଟକଣା ନାହିଁ । କିନ୍ତୁ ଭୋଜିଭାତ ହୋଇପାରିବ ନାହିଁ । ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଅଭ୍ୟାସ ଗତ ଅପରାଧୀଙ୍କ ପାଇଁ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି  । ଦାଦାବଟି ଉପରେ କଡା ନଜର ରହିଛି । କିଛି ଲୋକଙ୍କୁ ଗିରଫ କରାଯାଇଛି ।

   Related Posts