Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଫେରିଲା କଟକଣା : ଆଜିଠୁ ନାଇଟ୍ କର୍ଫ୍ୟୁ, ଜାଣନ୍ତୁ କ’ଣ ରହିବ ଖୋଲା ଏବଂ ବନ୍ଦ

17/04/2021 at 7:21 AM

ଭୁବନେଶ୍ୱର ୧୭।୦୪: ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ । ସୀମାନ୍ତ ୧୦ଜିଲ୍ଲାରେ ସପ୍ତାହାନ୍ତ ସଟ୍ ଡାଉନ୍ । ଏସବୁ ଜିଲ୍ଲା ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ।

ଛତିଶଗଡ଼ ସୀମାନ୍ତବର୍ତ୍ତୀ ୧୦ଜିଲ୍ଲାରେ ଏଣିକି ରାତି ୯ ବଦଳରେ ସଂଧ୍ୟା ୬ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁହେବ । ଏସବୁ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସାପ୍ତାହାନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି । ସେହିଭଳି ରାଜ୍ୟର ବାକି ୨୦ଟି ଜିଲ୍ଲାର ସହରାଞ୍ଚଳରେ ଆଜି ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ରାଜଧାନୀ ଭୁବନେଶ୍ବର ଓ କଟକ ପାଇଁ ଏହି ନିୟମ ଲାଗୁ ହୋଇଛି । ତେବେ ନାଇଟ୍ କର୍ଫ୍ୟୁ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି । ଅତ୍ୟାବଶ୍ୟକ ସେବା ସହ ଜଡ଼ିତ କର୍ମଚାରୀମାନେ ସେମାନଙ୍କ ଆଇ-କାର୍ଡ଼ ଦେଖାଇ ଯାଇ ପାରିବେ ।

ପୂର୍ବଭଳି ମାଲବାହୀ ପରିବହନ ଜାରି ରହିବ । ହାଟ, ବଜାରରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ସଟଡାଉନ ସମୟରେ ଟିକାକରଣ ବନ୍ଦ ରହିବ । ନାଇଟ୍‌ କର୍ଫ୍ୟୁବେଳେ ସମସ୍ତ ଜରୁରୀକାଳୀନ ସେବା ଓ ମାଲ୍‌ ପରିବହନ ଜାରି ରହିବ । ଜଳଯୋଗାଣ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍‌ ସେବା, ଏଲ୍‌ପିଜି ଗ୍ୟାସ ବିତରଣ, ଟେଲିକମ, ଫୁଡ୍‌ ଡେଲିଭରି ସଂସ୍ଥା, ଆଇଟି କମ୍ପାନି, ନିର୍ମାଣ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ସହ ଜଡ଼ିତ କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ। ରେଳ ଷ୍ଟେସନ, ବିମାନବନ୍ଦର ଓ ବସଷ୍ଟାଣ୍ଡକୁ ଯାତ୍ରୀ ନେବା ଆଣିବା ପାଇଁ ଗାଡ଼ି ଯାଇପାରିବ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀମାନେ ନାଇଟ୍‌ କର୍ଫ୍ୟୁବେଳେ ଯାତାୟତ କରିପାରିବେ ।

ସଟଡାଉନ ସମୟରେ ମଧ୍ୟ ଜରୁରୀ ସେବା ଜାରି ରହିବ । ଏହି ସମୟରେ ବିବାହ ଓ ଶେଷକୃତ୍ୟ କର୍ମ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ହେବ । ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଭିତରେ ଖବରକାଗଜ ବିତରଣ କାର୍ଯ୍ୟ କରିପାରିବେ । ତେଜରାତି ସାମଗ୍ରୀ ଓ ଖାଦ୍ୟ ହୋମ୍‌ ଡେଲିଭରି ହୋଇପାରିବ । କୃଷି, ମାଛ ଚାଷ, ପଶୁପାଳନ ଓ ଶିଳ୍ପାନୁଷ୍ଠାନ କାମ କଟକଣାମୁକ୍ତ ରହିଛି । ରାଜପଥ ଓ ଏନଏଚ ପାଶ୍ୱର୍ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ।

   Related Posts