ଶୁକ୍ରବାର ରାତ୍ରି କର୍ଫ୍ୟୁ କୋହଳ, ସନ୍ଧ୍ୟା ୭ଟା ବଦଳରେ ୧୦ଟା ପରେ ହେବ ଲାଗୁ

Published By : Prameya-News7 Bureau | June 11, 2020 IST

ଭୁବନେଶ୍ବର ୧୧।୬: ଆସନ୍ତାକାଲି ରାତିରେ କର୍ଫ୍ୟୁ କୋହଳ । ଏ ନେଇ ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି । ସନ୍ଧ୍ୟା ୭ଟା ବଦଳରେ ରାତି ୧୦ରୁ କର୍ଫ୍ୟୁ ଲାଗିବ । କେବଳ ଶୁକ୍ରବାର ସନ୍ଧ୍ୟା ପାଇଁ ନିୟମ କୋହଳ କରାଯାଇଛି ।

{"id":284596,"sizeSlug":"large"}

ଲକ୍ ଡାଉନ୍ ଲାଗୁ ହୋଇଥିବାରୁ ରାଜ୍ୟରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା । ରଜ ପର୍ବକୁ ଦୃଷ୍ଟିରେ ରଖି ନିୟମ କୋହଳ କରିବା ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୪ ତାରିଖରୁ ରଜ ପର୍ବ ଆରମ୍ଭ ହେଉଥିବାକୁ ଲୋକମାନେ କିଣାକିଣି କରୁଛନ୍ତି । କର୍ଫ୍ୟୁ ଯୋଗୁଁ ୭ଟାରେ ଦୋକାନ ବଜାର ବନ୍ଦ ହୋଇଯାଉଥିବାକୁ ଲୋକମାନଙ୍କୁ କିଣାକିଣି କରିବାରେ ସମସ୍ୟା ଉପୁଜୁଥିଲା । ଫଳରେ ଦୋକାନ ବଜାରରେ ଲୋକମାନେ ନାହିଁ ନଥିବା ଭିଡ କରୁଥିଲେ ।

{"id":284595,"sizeSlug":"large"}

ଶନିବାର ଏବଂ ରବିବାର ସଟ୍ ଡାଉନ୍ ବଳବତ୍ତର ରହୁଛି । ତେଣୁ ଶୁକ୍ରବାର ରାତିରେ ଲୋକଙ୍କ କିଣାକିଣି ପାଇଁ ଏହି କର୍ଫ୍ୟୁ କୋହଳ କରାଯାଇଛି ।

{"id":284591,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.