ଲକଡାଉନ୍ ୫.୦: କଟକଣା କୋହଳ, ଏବେ ରାତି ୯ରୁ ସକାଳ ୫ ଯାଏଁ କର୍ଫ୍ୟୁ

Published By : Prameya-News7 Bureau | May 30, 2020 IST

ନୂଆଦିଲ୍ଲୀ, ୩୦|୦୫: ଲକଡାଉନ ୫କୁ କେନ୍ଦ୍ର ସରକାର ଜୁନ ୩୦ ଯାଏଁ ବୃଦ୍ଧି କରିଛନ୍ତି । ତେବେ ଏଥିରେ ଅନେକ କଟକଣାକୁ କୋହଳ କରାଯାଇଛି ।  ତେବେ ପୂର୍ବରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁକୁ କେନ୍ଦ୍ର ସରକାର କୋହଳ କରିଛନ୍ତି । ଏହି ସମୟସୀମାରେ ପରିବର୍ତ୍ତନ ହୋଇଛି । ନୂଆ ଗାଇଡଲାଇନରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି ।

ସରକାରୀ ଗାଇଡଲାଇନ ଅନୁସାରେ, ସାରା ଦେଶରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ତେବେ ଏହା ପୂର୍ବରୁ ପରି ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ରହିବ ନାହିଁ । ଏହାର ସମୟସୀମରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହାକୁ ରାତି ୯ରୁ ସକାଳ ୫ଟା ଯାଏଁ କରାଯାଇଛି । ଏହି ସମୟରେ ପୂର୍ବପରି ସମସ୍ତ ଗତିବିଧି ଉପରେ କଟକଣା ଲାଗିବ । କେବଳ ଜରୁରିକାଳୀନ ସେବାକୁ ଏଥିରୁ ବାଦ ଦିଆଯିବ ।

ଏହି ସମୟ ମଧ୍ୟରେ କେହି ବାହାରକୁ ବାହାରି ପାରିବେ ନାହିଁ । ସେହିପରି ଗାଡି ଚଳାଚଳ ଉପରେ ମଧ୍ୟ ରୋକ ଲାଗିବ । ମାଲ ପରିବହନରେ ନିୟୋଜିତ ଗାଡି ଚଳାଚଳ କରିପାରିବ । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡା ନଜର ରଖାଯିବ । ଏହାସହ ୧୪୪ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଲକଡାଉନ ୩ ଓ ୪ରେ ମଧ୍ୟ ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ସାରା ଦେଶରେ ଗାଡିମଟର ଚଳାଚଳ ସହ ଯିବାଆସିବା ଉପରେ କଟକଣା ଲାଗୁ ହୋଇଥିଲା । କେବଳ ଜରୁରିକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.