ପୁରୀରେ ନାଇଟ୍‌ କର୍ଫ୍ୟୁୁ କଟକଣା, ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

Published By : Prameya-News7 Bureau | April 17, 2021 IST

ପୁରୀ ୧୭।୦୪: ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ନାଇଟ୍‌ କର୍ଫ୍ୟୁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ପରିପ୍ରେକ୍ଷୀରେ ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା ।

ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜନ ଜେନାଙ୍କୁ ମୁତାବିକ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ସପ୍ତାହରେ ଦୁଇ ଦିନ ଜଗା ଦର୍ଶନ ବନ୍ଦ ରହିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।  ଆଉ ଏବେ ନାଇଟ୍‌ କର୍ଫ୍ୟୁକୁ ଦୃଷ୍ଟିରେ ରଖି  ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ଏହି ସମୟରେ ଶ୍ରୀମନ୍ଦିର ନିକଟରେ ଥିବା ସ୍ୱତନ୍ତ୍ର ବ୍ୟାରିକେଡ଼୍‌କୁ ସିଲ୍‌ କରାଯିବ । ରାତି ୮ଟା ୩୦ ସୁଦ୍ଧା ଶ୍ରୀମନ୍ଦିରରୁ ଭକ୍ତମାନଙ୍କୁ ଖାଲି କରାଯିବ ।

ସୂଚନାଯୋଗ୍ୟ ଯେ, ଗତକାଲି ବୈଠକରେ ନିଷ୍ପତ୍ତି ନିଆଆଯାଇଥିଲା କି, ବାହାର ଭକ୍ତଙ୍କ ପାଇଁ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ ହେବ। ଶ୍ରୀମନ୍ଦିର ଭିତର ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ ହେବ। ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ ହେବ। ସପ୍ତାହରେ ଶନିବାର, ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନ ଅଜୟ କୁମାର ଜେନା କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.