ସାରା ଦେଶରେ ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ଜାରି ରହିବ କର୍ଫ୍ୟୁ, କଡାକଡି ପାଳନ ପାଇଁ ନିର୍ଦ୍ଦେଶ

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ, ୧୭|୦୫: ଲକଡାଉନ ୪କୁ କେନ୍ଦ୍ର ସରକାର ମେ ୩୧ ଯାଏଁ ବୃଦ୍ଧି କରିଛନ୍ତି । ଏହାର ଗାଇଡଲାଇନ୍ ପୂର୍ବପରି ଥିବା ବେଳେ କିଛି କ୍ଷେତ୍ରରେ ରାଜ୍ୟକୁ ନିଷ୍ପତ୍ତି ନେବାର ଅଧିକାର ଦିଆଯାଇଛି । ତେବେ ପୂର୍ବରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ବୋଲି କେନ୍ଦ୍ର ସରକାର ଗାଇଡଲାଇନରେ ସୂଚନା ଦେଇଛନ୍ତି ।

ସରକାରୀ ଗାଇଡଲାଇନ ଅନୁସାରେ, ସାରା ଦେଶରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ସମସ୍ତ ଗତବିଧି ଉପରେ କଟକଣା ଲାଗିବ । କେବଳ ଜରୁରିକାଳୀନ ସେବାକୁ ଏଥିରୁ ବାଦ ଦିଆଯିବ । ଏହି ସମୟ ମଧ୍ୟରେ କେହି ବାହାରକୁ ବାହାରି ପାରିବେ ନାହିଁ । ସେହିପରି ଗାଡି ଚଳାଚଳ ଉପରେ ମଧ୍ୟ ରୋକ ଲାଗିବ । ମାଲ ପରିବହନରେ ନିୟୋଜିତ ଗାଡି ଚଳାଚଳ କରିପାରିବ । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡା ନଜର ରଖାଯିବ । ଏହାସହ ୧୪୪ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଲକଡାଉନ ୩ରେ ମଧ୍ୟ ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ସାରା ଦେଶରେ ଗାଡିମଟର ଚଳାଚଳ ସହ ଯିବାଆସିବା ଉପରେ କଟକଣା ଲାଗୁ ହୋଇଥିଲା । କେବଳ ଜରୁରିକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.