ଜିରୋ ସେଲିବ୍ରେସନକୁ ଚେକ୍, ୩୧ ଡିସେମ୍ବର ରାତି ୧୦ଟାରୁ ନୂଆବର୍ଷ ସକାଳ ୫ଟା ଯାଏଁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ

Published By : Prameya-News7 Bureau | December 31, 2020 IST

ଭୁବନେଶ୍ବର ୩୧।୧୨: ସାରା ରାଜ୍ୟରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ । ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏ ନେଇ ଟ୍ବିଟ୍ କରି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏହି ସମୟରେ ସମସ୍ତ ଜରୁରୀକାଳୀନ ସୁବିଧା ଏବଂ ଗମନାଗମନ ଉପଲବ୍ଧ ରହିବ । ରାଜ୍ୟବାସୀଙ୍କୁ ସହଯୋଗ କରିବା ଲାଗି ମଧ୍ୟ ଏସଆରସି ଅନୁରୋଧ କରିଛନ୍ତି ।

ରାତି ପାଲିଲେ ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆବର୍ଷକୁ ସ୍ବାଗତ କରିବାକୁ ଲୋକମାନେ ଅପେକ୍ଷା କରି ରହିଛନ୍ତି । ତେଣୁ ଆଜି ରାତିରେ ଜନ ସମାଗମ ହେବାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏହାପରେ ମଧ୍ୟ ଜନ ସମାଗମକୁ ଦୃଷ୍ଟିରେ ରଖି ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି ।

ତେବେ ଏହି କର୍ଫ୍ୟୁ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

{"align":"center","id":384969,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.