Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧକ୍କା ଦେଲା ଅଜଣା ଗାଡି, ଜୀବନ ହାରିଲେ ବାପା ଓ ଝିଅ
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ଏପ୍ରିଲ ୩୦ ଯାଏଁ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ, ରାତି ୧୦ଟାରୁ ଭୋର ୫ଟା ସବୁ ବନ୍ଦ

6/04/2021 at 12:08 PM

ନୂଆଦିଲ୍ଲୀ ୦୬/୦୪ : ଦେଶରେ ମହାମାରୀ କରୋନା ଭାଇରସ କାୟା ବିସ୍ତାର କରିଚାଲିଛି । ରାଜଧାନୀ ଦିଲ୍ଲୀରେ ବେକାବୁ ହୋଇପଡିଛି କରୋନା । ଦେଶର ୫ଟି ରାଜ୍ୟରେ ସଂକ୍ରଣ ତୀବ୍ର ହେବାରେ ଲାଗିଛି । ସେଥି ମଧ୍ୟରୁ ଦିଲ୍ଲୀ ସ୍ଥିତି ଅସମ୍ଭାଳ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆଜି ଠାରୁ ଏପ୍ରିଲ ୩୦ ଯାଏଁ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ ଲାଗୁକରାଯାଇଛି । ରାତି ୧୦ଟାରୁ ଭୋର ୫ ଯାଏଁ ଦିଲ୍ଲୀରେ ବଳବତ୍ତର ରହିବ ନାଇଟ୍ କର୍ଫ୍ୟୁ ।

ପୂର୍ବରୁ ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ ଲାଗୁହୋଇସାରିଛି । ରାଜଧାନୀ ଦିଲ୍ଲୀରେ ଗତ ୩ ସପ୍ତାହ ହେଲା କରୋନା ସଂକ୍ରମଣ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩୫୪୮ ନୂଆ ମାମଲା ସାମ୍ନାକୁ ଆସିଛି ।    

   Related Posts