Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

୧୭ରୁ ନାଇଟ୍ କର୍ଫ୍ୟୁ, ଛତିଶଗଡ ସୀମାନ୍ତ ଜିଲ୍ଲାରେ ସନ୍ଧ୍ୟା ୬ରୁ ସବୁ ବନ୍ଦ

16/04/2021 at 8:38 AM

ଭୁବନେଶ୍ୱର, ୧୬|୦୪ : ଓଡିଶାକୁ ଫେରିଲା କୋଭିଡ୍ କଟକଣା । ଲାଗିଲା ନାଇଟ୍ କର୍ଫ୍ୟୁ । ରାଜ୍ୟରେ କରୋନା ସ୍ଥିତି ଜଟିଳ ଆଡ଼କୁ ଗତି କରୁଥିବା ବେଳେ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଛନ୍ତି। ଛତିଶଗଡ଼ ସୀମାରେ ଥିବା ୧୦ ଜିଲ୍ଲା ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରିର ସହରାଞ୍ଚଳରେ ଶନିବାରଠାରୁ ନାଇଟ କର୍ଫ୍ୟୁ ସମୟ ସନ୍ଧ୍ୟା ୬ରୁ ସକାଳ ୫ ଯାଏ  କରାଯାଇଛି ।

ଅଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି, ଓଡ଼ିଶାର ସମସ୍ତ ଜିଲ୍ଲାର ଥିବା ସହରାଞ୍ଚଳରେ ଶନିବାରଠୁ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ଲାଗୁ ହେବ। ଉପରୋକ୍ତ ୧୦ ଜିଲ୍ଲା ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରିର ସମସ୍ତ ସହରରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ ହେବ। ଶନିବାର ଏବଂ ରବିବାର ଓ୍ବିକ୍‌ଏଣ୍ଡ ସଟ୍‌ଡାଉନ୍‌ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି କଟକଣା ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି।

କ୍ଷୀର, ଗ୍ରୋସରି, ଡେଲିଭରି, ମେଡିସନ୍‌ ଆଦି ଚାଲୁ ରହିବ। ଏଥିପାଇଁ ସେମାନେ ନିଜର ପରିଚୟ ପତ୍ର ଦେଖାଇବେ। ଏଥିପାଇଁ କୌଣସି ସ୍ବତନ୍ତ୍ର ପରିଚୟ ପତ୍ର ଦରକାର ନାହିଁ।   ନାଇଟ କର୍ଫ୍ୟୁ ସମୟରେ ମାଲ ପରିବହନ ଗାଡ଼ିକୁ ରୋକାଯାଇପାରିବ ନାହିଁ। ଦଶମ ଏବଂ +୨ ପରୀକ୍ଷା ସ୍ଥଗିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷାନୁଷ୍ଠାନ​‌ରେ ୧୯ ତାରିଖ ଠାରୁ ଅନଲାଇନ୍‌ କ୍ଲାସ ଆରମ୍ଭ ହେବ। କୋଚିଂ ସେଣ୍ଟରରେ ଅଫଲାଇନ୍‌ କ୍ଳାସ ହେବ ନାହିଁ।

   Related Posts