Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

twitter ଉପରେ ନାଇଜେରିଆର ବଡ଼ କାର୍ଯ୍ୟାନୁଷ୍ଠାନ, ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଦେଶରେ ନିଲମ୍ବନ କଲେ ସରକାର

5/06/2021 at 4:17 PM

ଆବୁଜା ୫।୬: ନାଇଜେରିଆ ସରକାର ଦେଶରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ୱିଟର’କୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି। ସୂଚନା ଓ ସଂସ୍କୃତି ମନ୍ତ୍ରୀ ଲାଇ ମୋହମ୍ମଦ ଶୁକ୍ରବାର ଦେଶର କର୍ପୋରେଟ୍‌ ଅସ୍ତିତ୍ୱକୁ ଦୁର୍ବଳ କରିବା ଲାଗି ଗତିବିଧି ଲାଗି ମଞ୍ଚର ଲଗାତାର ଉପଯୋଗ ହେଉଥିବା ଅଭିଯୋଗ କରି ଦେଶରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଟ୍ୱିଟରକୁ ନିଲମ୍ବନ ଘୋଷଣା କରିଛନ୍ତି।

ମହମ୍ମଦ କହିଛନ୍ତି ଯେ ଫେଡେରାଲ ସରକାର ରାଷ୍ଟ୍ରୀୟ ପ୍ରସାରଣ ଆୟୋଗଙ୍କୁ ନାଇଜେରିଆରେ ସମସ୍ତ ଓଟିଟି ଓ ସୋସିଆଲ ମିଡିଆ ସଞ୍ଚାଳନ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଟ୍ୱିଟରକୁ ନେଇ ସରକାର ଗତ ବୁଧବାର ସନ୍ଦେହ ପ୍ରକାଶ କରିଥିଲେ। ଏହା ପରେ ଟ୍ୱିଟ୍‌ ରାଷ୍ଟ୍ରପତି ମୁହମମ୍ମଦୁ ବୁହାରୀଙ୍କ ପୋଷ୍ଟ ହଟାଇ ଦେଇଥିଲା। ଯେଉଁଥିରେ ରାଷ୍ଟ୍ରପତି ୧୯୬୭ରୁ ୧୯୭୦ ଦୀର୍ଘ ୩ ବର୍ଷ ଧରି ଦେଶରେ ଜାରି ଗୃହ ଯୁଦ୍ଧ ସନ୍ଦର୍ଭରେ ଉଲ୍ଲେଖ କରିଥିଲେ।

ନାଇଜେରିଆ ରାଷ୍ଟ୍ରପତିଙ୍କ ପୋଷ୍ଟ ଉପରେ ନେଟିଜେନଙ୍କ ପ୍ରତିକ୍ରିୟା ପରିପ୍ରେକ୍ଷୀରେ ଟ୍ୱିଟର କର୍ତ୍ତୃପକ୍ଷ ଏପରି ପଦକ୍ଷେପ ନେଇଥିଲେ। ଏଥିରେ ରାଷ୍ଟ୍ରପତି ଦୁଃଖବ୍ୟକ୍ତ କରିଥିବା ବେଳେ ନାଇଜେରିଆ ଗୃହ ଯୁଦ୍ଧରେ ହୋଇଥିବା ବିନାଶ ଓ ଧନଜୀବନ ହାନୀ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଏହା ତାଙ୍କର କ୍ଷୁଦ୍ର ପ୍ରୟାଶ ଥିଲା ବୋଲି କହିଥିଲେ। ତେବେ ଟ୍ୱିଟର ପ୍ରସଙ୍ଗରେ ପ୍ରତିକ୍ରିୟାହୀନ ଥିବା ବେଳେ ଶୁକ୍ର ସରକାର ଦେଶରେ ଏହାର ପ୍ରସାରଣ ଅନିର୍ଦ୍ଧିଷ୍ଟ କାଳନ ପର୍ଯ୍ୟନ୍ତ ନିଲମ୍ବନ କରିଦେଇଛନ୍ତି।

   Related Posts