ପୂଜା କମିଟି ଓ ବିଏମସି ବୈଠକ: ୧୦ସୂତ୍ରୀ ଆଡଭାଇଜରୀ ଜାରି କଲା ନିଗମ

Published By : Prameya-News7 Bureau | September 10, 2019 IST

ଭୁବନେଶ୍ବର୧୦|୯: ଆସିଲାଣି ପାର୍ବଣ। ପୁଜା ମଣ୍ଡପ ସଜବାଜ ଲାଗି  ଲାଗିଲାଣି ଗହଳି  ଚହଳି।  ମେଢ , ତୋରଣ, ମୁତ୍ର୍ତି ତିଆରିରେ ବ୍ୟସ୍ତ  କାରୀଗର । ହେଲେ  ରାଜଧାନୀରେ ପୂଜା ଅନୁମତି ପାଇଁ ନୟାନ୍ତ ହେଉଛନ୍ତି ପୁଜା ମଣ୍ଡପ  କମିଟି।  ପୁଜା ମଣ୍ଡପଗୁଡିକୁ  ପ୍ରଶାସନିକ ସ୍ତରରେ ସିଙ୍ଗଲଓ୍ବିଣ୍ଡୋ କ୍ଲିଅରାନ୍ସ ଦେବାକୁ   ବିଏମସି ପକ୍ଷରୁ ଆୟୋଜିତ  ପୁଜା ମଣ୍ଡପ କମିଟି ବୈଠକରେ  ଦାବି ହୋଇଛି । ଏପଟେ ପୂଜା  ସମୟ​‌ରେ ୧୧ ସୁତ୍ରୀ ଏସଓପି ପାଳନ କରିବାକୁ   ପୂଜା ମଣ୍ଡପ ଗୁଡିକୁ ପରାମର୍ଶ ଦେଇଛି ବିଏମସି।

{"id":155863}

ପୂଜା ମଣ୍ଡପ ଓ ବିଏମସି  ମଧ୍ୟରେ ବୈଠକ। ଏଣିକି  ରାଜଧାନୀରେ ପୂଜା ମଣ୍ଡପ  ଗୁଡିକ ୧୦ ସୁତ୍ରୀ ଏସଓପି ପାଳନ କରିବାକୁ କହିଛି ବିଏମସି। ରାଜଧାନୀର  ୨୦୦ ରୁ ଅଧିକ ସ୍ଥାନରେ  ଅନୁଷ୍ଠିତ ହେଉଛି  ଦୁର୍ଗାପୂଜା।   ପ୍ଲାଷ୍ଟିକ ମୁକ୍ତ ହେବ  ଦୁର୍ଗାପୁଜା। ପରିବେଶ ସୁରକ୍ଷା ପାଇଁ  ଚଳିତ ବର୍ଷ   ପୁଜା ମଣ୍ଡପ  ଗୁଡିକରେ  ପ୍ଲାଷ୍ଟିକ ବ୍ୟବହାର ନକରିବାକୁ   ନିଷ୍ପତ୍ତି ନିଆଯାଇଛି। ଏହା ସହ ପୂଜା ମଣ୍ଡପଗୁଡିକୁ  ସିଙ୍ଗଲ ଓ୍ବଣ୍ଡୋ କ୍ଲିଅରାନ୍ସ ଦେବା,  ପୂଜା ମଣ୍ଡପ ଗୁଡିକୁ ରାସ୍ତା, ଲାଇଟ,   ଡ୍ରେନେଜ ସୁବିଧା ଦେବାକୁ ଦାବି କରିଛନ୍ତି  ପୁଜା ମଣ୍ଡପ କତ୍ତୃପକ୍ଷ।ସେପଟେ ପୂଜା ମଣ୍ଡପ ନିକଟରେ ଲାଗୁଥିବା ମୀନା ବଜାର  ଗୁଡିକରୁ ଏଣ୍ଟରଟେନମେଣ୍ଟ ଟାକ୍ସ, ଟ୍ରେଡ ଲାଇସେନ୍ସ  ଲଗାଯିବା ପ୍ରସ୍ତାବକୁ  ପ୍ରତ୍ୟାଖ୍ୟାନ କରିଛନ୍ତି ପୁଜା ମଣ୍ଡପ କମିଟି। ପୁଜା ସମୟରେ ବିଭିନ୍ନ ମଣ୍ଡ‌ପରେ ଲଗାଯାଇଥିବା  ବିଜ୍ଞାପନ ବାବଦକୁ ଫିସ ସଂଗ୍ରହ କରିବାକୁ ପ୍ରସ୍ତାବ ଦେଇଛି ବିଏମସି।

{"id":155865}

ପୁଜା ମଣ୍ହପ ନିକଟରେ ସଫା ସୁତୁରା ସହ ଲାଇଟ, ଆବର୍ଜନା ସଫା ପାଇଁ ଡଷ୍ଟବିନ ବସାଯିବ।  ଏଣିକି ଓ୍ବାର୍ଡ ଅଫିସର, ଜୋନାଲ  ଡେପୁଟି କମିଶନର ପୂଜା ମଣ୍ଡପ ଗୁଡିକର  ସମସ୍ୟାର  ତଦାରଖ କରିବେ। ପୂଜାକୁ ସୁରୁଖୁରୁରେ ସାରିବାକୁ  ରାଜଧାନୀର ବିଭିନ୍ନ ପୁଜା ମଣ୍ଡପଗୁଡିକୁ କରିବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିଶନର। 

{"id":155866}

ଜିଏ ବିଭାଗ, ଇଲେକଟ୍ରିକ ବିଭାଗ, ବିଏମସି, ଅଗ୍ନିଶମ, ପୋଲିସ, ଆରଏଣ୍ଡ ବି ଓ ପିଏବ୍ଳ୍ୟୁଡି ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦଆଯାଇଛି। ​

{"id":155867}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.