୩ ବର୍ଷର ଭାଣିଜୀକୁ ମାମୁର ଦୁଷ୍କର୍ମ, ଅଭିଯୁକ୍ତ ଫେରାର

Published By : Prameya-News7 Bureau | June 16, 2020 IST

ବଡବିଲ ୧୬।୬: ପୁଣି ଲଜ୍ଜା । ୩ ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ମାମୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର ଝାଡ଼ଗାଁ ଅଞ୍ଚଳରେ ଗତ ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଛି । ଏନେଇ ସୋମବାର ପୀଡ଼ିତାଙ୍କ ପରିବାର ପକ୍ଷରୁ ବଡ଼ବିଲ ଥାନାରେ ଅଭିଯୋଗ ହୋଇଛି ।

{"id":287116,"sizeSlug":"large"}

ଅଭିଯୋଗ ଅନୁଯାୟୀ, ଗତ ଶନିବାର ପୀଡିତା ଶିଶୁକନ୍ୟା, ଅନ୍ୟ ପିଲାଙ୍କ ସହ ଘରପାଖରେ ରଜ ଦୋଳି ଖେଳୁଥିଲେ । ଏହି ସମୟରେ ସଂପର୍କୀୟ ମାମୁ ତାଙ୍କୁ ନିଜ ଘରକୁ ଡାକିନେଇ ଦୁଷ୍କର୍ମ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

{"id":287118,"sizeSlug":"large"}

ସେପଟେ ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ, ପୋଲିସ ତାକୁ ଧରିବା ପାଇଁ ଚେଷ୍ଟା ଚଳାଇଛି । ପୀଡିତା ଶିଶୁକନ୍ୟାର ମଙ୍ଗଳବାର ଡାକ୍ତରୀ ମାଇନା  କରାଯାଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.