୨୦ ଦିନ ପରେ ସାମ୍ନାକୁ ଆସିଥିବା କିମ୍ ଜୋଙ୍ଗ୍ ଙ୍କ ହାତରେ ରହସ୍ୟମୟୀ ଚିହ୍ନ : ଡାକ୍ତର କହିଲେ...

Published By : Prameya-News7 Bureau | May 03, 2020 IST

ପିୟୋଙ୍ଗୟାଙ୍ଗ ୦୩/୦୫ : ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ପାଖାପାଖି ୨୦ ଦିନ ପର୍ଯ୍ୟନ୍ତ ଗାୟବ ଥିଲେ | ଏହାକୁ ନେଇ ନାନା ଗୁଜବ ମଧ୍ୟ ସୃଷ୍ଟି ହୋଇଥିଲା | କିନ୍ତୁ ୨୦ ଦିନ ପରେ ସେ ଦୁନିଆ ସାମ୍ନାକୁ ଆସିଛନ୍ତି | ସେ ଏକ କାରଖାନାର ଉଦଘାଟନ କାର୍ଯ୍ୟକ୍ରମରେ ରିବନ କାଟୁଥିବା ଦେଖିବାକୁ ମିଳିଛି | ଏହାପୂର୍ବରୁ ଅନ୍ତରାଷ୍ଟ୍ରୀୟ ମିଡ଼ିଆରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଦାବି କରାଯାଇଥିଲା | କିମଙ୍କ ଶରୀରରେ ଏକ ଚିହ୍ନ ଦେଖାଦେଇଛି | କିମଙ୍କ ଶରୀରରେ ଦେଖା ଦେଇଥିବା ଏହି ଚିହ୍ନ ହାର୍ଟ ଅପରେସନର ବୋଲି ଡାକ୍ତର କହିଛନ୍ତି |

{"id":263977,"sizeSlug":"large"}

ମେ ୧ ତାରିଖରେ କିମ ଜୋଙ୍ଗ ଉତ୍ତର କୋରିଆର ସୂଂଚନରେ ଏକ ସାର କାରଖାନାର ଉଦଘାଟନ କରିଥିବା ଦେଖିବାକୁ ମିଳିଥିଲା | ମିଡ଼ିଆ ରିପୋର୍ଟ ଅନୁଯାୟୀ, କିମ ଜୋଙ୍ଗଙ୍କ ହାତରେ ଛୁଞ୍ଚି ଚିହ୍ନ ରହିଛି ଯାହା ହାର୍ଟ ଅପରେସନ ସମୟର ବୋଲି ଦାବି କରାଯାଉଛି | କିଛି ନୂଆ ଫଟୋରେ ତାଙ୍କ ହାତରେ ଏହି ଚିହ୍ନ ଥିବା ଦେଖିବାକୁ ମିଳିଛି | ସୂଚନା ଅନୁଯାୟୀ, କିମଙ୍କ ହାତରେ ଏହି ଚିହ୍ନ ପୂର୍ବରୁ ନଥିଲା |

୨୦ ଦିନ ପରେ କିମ ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରତିକ୍ରିୟା ରଖିଛନ୍ତି | ସେ ଟ୍ୱିଟ କରି କହିଛନ୍ତି ଯେ, ସେ ସୁସ୍ଥ ଥିବା ଦେଖି ଏବଂ ଫେରି ଆସିଥିବା ଜାଣି ସେ ବହୁତ ଖୁସି | ଏହା ପୂର୍ବରୁ ଟ୍ରମ୍ପଙ୍କୁ ଯେତେବେଳେ କିମଙ୍କ ସମ୍ପର୍କରେ ପଚରା ଯାଇଥିଲା ସେ ସ୍ପଷ୍ଟ ଭାବେ କୌଣସି ଉତ୍ତର ଦେଇନଥିଲେ |  

{"id":263978,"width":565,"height":423,"sizeSlug":"large"}

କିମ ଜୋଙ୍ଗ ଉଦଘାଟନ କରିଥିବା ସାର କାରଖାନାର ଫଟୋ ଓ ଭିଡିଓ ଉତ୍ତର କୋରିଆର ଷ୍ଟେଟ ଏଜେନ୍ସି କେସିଏନଏ ଜାରି କରିଛି | ଉତ୍ତର କୋରିଆରେ ଗଣମାଧ୍ୟମ ମଧ୍ୟ ସ୍ୱାଧୀନ ନୁହେଁ | ସେଥିପାଇଁ ସ୍ୱତନ୍ତ୍ର ଏଜେନ୍ସି ଏହି ଫଟୋର ସତ୍ୟତା ପ୍ରମାଣିତ କରିପାରିନାହାନ୍ତି |

ଏପ୍ରିଲ ୧୫ ତାରିଖରେ ନିଜ ଜେଜେବାପା ଓ ଉତ୍ତର କୋରିଆର ଫାଉଣ୍ଡର କିମ ଇଲ ସଙ୍ଗଙ୍କ ଜନ୍ମ ବାର୍ଷିକୀ ଉତ୍ସବରେ ଯୋଗ ଦେବାପରେ କିମ ଜୋଙ୍ଗ ଗାୟବ ହୋଇଯାଇଥିଲେ ଯାହାକୁ ନେଇ ନାନା ପ୍ରଶ୍ନ ଉଠିଥିଲା | ଏପ୍ରିଲ ୧୫ ତାରିଖରେ ଉତ୍ତର କୋରିଆରେ ଛୁଟି ରହିଥାଏ ଏବଂ ଏହିଦିନ ହେଉଥିବା ରାଷ୍ଟ୍ରୀୟ କାର୍ଯ୍ୟକ୍ରମକୁ ବହୁତ ମହତ୍ୱ ଦିଆଯାଇଥାଏ |

{"id":263979,"sizeSlug":"large"}

କିମ ଗାୟବ ଥିବା ସମୟରେ ଦକ୍ଷିଣ କୋରିଆର ମନ୍ତ୍ରୀ କିମ ୟେଓନ ଚୁଲ କହିଥିଲେ ଯେ, କରୋନା ଭାଇରସରୁ ରକ୍ଷା ପାଇବା ପାଇଁ କିମ ଜୋଙ୍ଗ ଦେଖା ଦେଉନାହାନ୍ତି | ତେବେ ଉତ୍ତର କୋରିଆରେ ଅଧିକାରୀ ଏବେ ସୁଦ୍ଧା ଦେଶରେ କରୋନା ସଂକ୍ରମଣର କୌଣସି ସାର୍ବଜନିକ ତଥ୍ୟ ପ୍ରଦାନ କରିନାହାନ୍ତି | ଏଇ ସୁଦ୍ଧା ଉତ୍ତର କୋରିଆରେ କେହି କରୋନା ସଂକ୍ରମିତ ହୋଇନଥିବା ଜଣାପଡିଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.