ପ୍ରିୟଙ୍କାଙ୍କ ସହ ବିବାହକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ନିକ୍ : ପ୍ରଥମ ବିବାହବାର୍ଷିକୀ ପାଳନ ପାଇଁ କ’ଣ ଯୋଜନା କରିଛନ୍ତି ଜାଣନ୍ତୁ

Published By : Prameya-News7 Bureau | November 09, 2019 IST

ମୁମ୍ବାଇ ୯/୧୧: ନିକ୍ ଜୋନସ୍ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ଡିସେମ୍ବର ୧ତାରିଖରେ ବର୍ଷେ ପୂରିଯିବ। ଦୁହେଁ ଜୋଧପୁରର ଉମ୍ମେଦ ଭବନରେ ହିନ୍ଦୁ ଏବଂ ଖ୍ରୀଷ୍ଟାନ ରୀତିରେ ବିବାହ କରିଥିଲେ। ପ୍ରଥମ ବିବାହ ବାର୍ଷିକୀକୁ ନେଇ ନିକ୍ ଜୋନସ୍ ବଡ଼ ଖୁଲାସା କରିଛନ୍ତି। ବିବାହ ବାର୍ଷିକୀରେ ସେ ପ୍ରିୟଙ୍କାଙ୍କ ପାଇଁ କ’ଣ ପ୍ଲାନିଙ୍ଗ କରିଛନ୍ତି ସେ ବିଷୟରେ କହିଛନ୍ତି।

{"id":181460}

ନିକ୍ ଜୋନସ୍ କହିଛନ୍ତି- ‘ପ୍ରିୟଙ୍କାଙ୍କୁ ସରପ୍ରାଇଜ ଦେବେବୋଲି ସେ ଏବେ ଏହା ବିଷୟରେ କହିବେ ନାହିଁ। ଏପରି ମଧ୍ୟ ହୋଇପାରେ ଯେ ସେ ଏବେ ଦେଖୁଥାଇପାରନ୍ତି। ତାଙ୍କର କୌଣସି ପ୍ଲାନ୍ ଖରାପ ହୋଇଯିବ ବୋଲି ସେ ଚାହଁନ୍ତି ନାହିଁ’।

{"id":181461}

ଏହା ସହିତ ନିକ୍ କହିଛନ୍ତି ଯେ ‘ ସେମାନେ ସ୍ବାମୀ-ସ୍ତ୍ରୀ ଭାବେ ବହୁତ ଶୀଘ୍ର ଆଡଜଷ୍ଟ ହୋଇଯାଇଛନ୍ତି ବୋଲି ସେ ଅନୁଭବ କରିଛନ୍ତି।

{"id":181462,"width":589,"height":309}

ପ୍ରିୟଙ୍କା ଚୋପ୍ରା ଏବେ ଦିଲ୍ଲୀରେ ଅଛନ୍ତି ଏବଂ ନେଟଫ୍ଲିକ୍ସର ପ୍ରୋଜେକ୍ଟ ‘ଦ ହ୍ବାଇଟ୍ ଟାଇଗର’ର ସୁଟିଙ୍ଗ କରୁଛନ୍ତି। ନିକଟରେ ପ୍ରିୟଙ୍କା ଦିଲ୍ଲୀର ଏକ ରେଷ୍ଟୁରାଣ୍ଟର ଫଟୋ ସେୟାର କରିଥିଲେ। ଏହି ଫଟୋରେ ପ୍ରିୟଙ୍କା ଏକ ରେଷ୍ଟୁରାଣ୍ଟର ଡିଶ୍ ଫଟୋ ସେୟାର କରିଛନ୍ତି ଯେଉଁଥିରେ ବହୁତ ନୋଟ୍ ଦେଖାଯାଇଥିଲା।

{"id":181466}

ପ୍ରିୟଙ୍କା ଚୋପ୍ରା ଶେଷ ଥର ‘ଦ ସ୍କାଏ ଇଜ ପିଙ୍କ’ ଫିଲ୍ମରେ ନଜର ଆସିଥିଲେ। ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ବ୍ୟତୀତ ଫରହାନ ଅଖତର,ଜାୟରା ଓ୍ବାସିମ୍ ମଧ୍ୟ ଥିଲେ। ଏହି ଫିଲ୍ମର ନିର୍ଦେଶକ ଥିଲେ ସୋନାଲି ବୋଷ।

{"id":181468,"width":591,"height":457}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.