ପତ୍ନୀଙ୍କ ଜନ୍ମ ଦିନରେ ୧୩ ଲକ୍ଷ ଟଙ୍କାର ୱାଇନ୍ ଉପହାର ଦେଲେ ନିକ୍ ଜୋନାସ୍ : ଜାଣନ୍ତୁ ଏହାର ବିଶେଷତା

Published By : Prameya-News7 Bureau | July 20, 2021 IST

ନୂଆଦିଲ୍ଲୀ ୨୦/୦୭ : ଜୁଲାଇ ୧୮ ରେ ପ୍ରିୟଙ୍କା ଚୋପ୍ରା ତାଙ୍କର ୩୯ ତମ ଜନ୍ମଦିନ ପାଳନ କରିଛନ୍ତି । କିନ୍ତୁ ଏହି ବିଶେଷ ଉତ୍ସବରେ ସ୍ୱାମୀ ନିକ ଜୋନାସ ତାଙ୍କ ସହ ନଥିଲେ। ପ୍ରିୟଙ୍କା ଲଣ୍ଡନରେ ଥିବାବେଳେ ନିକ ନ୍ୟୁୟର୍କରେ ଏକ ଶୋ ପାଇଁ ସୁଟିଂ କରୁଛନ୍ତି। ଦୁହିଁଙ୍କ ମଧ୍ୟରେ ଦୂରତା ସତ୍ତ୍ୱେ ନିକ ପତ୍ନୀଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିବାରେ ପଛଘୁଞ୍ଚା ଦେଇନାହାଁନ୍ତି । ପ୍ରିୟଙ୍କାଙ୍କ ଜନ୍ମଦିନରେ ନିକ ତାଙ୍କୁ ଏକ ଉପହାର ଦେଇଛନ୍ତି ଯାହାକି ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଟେ।

{"width":544,"height":926}
PunjabKesari

ନିକ ପ୍ରିୟଙ୍କାଙ୍କୁ ଏକ ମୂଲ୍ୟବାନ ମଦ ଉପହାର ଦେଇଛନ୍ତି । ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସ୍ୱାମୀଙ୍କଠାରୁ ମିଳିଥିବା ଏହି ବିଶେଷ ଉପହାରର ଫଟୋ ପୋଷ୍ଟ କରିଛନ୍ତି । ଏହି ମଦ ବୋତଲ ଯାହା ଫଟୋରେ ଦେଖାଯାଏ ତାହା ହେଉଛି Chateau Mouton Rothschild ୧୯୮୨ । ସୂଚନା ଅନୁଯାୟୀ, ଏହି ମଦ ବୋତଲର ମୂଲ୍ୟ ୧୦,୦୦୦ ରୁ ୧୩,୦୦୦ ବ୍ରିଟିଶ ପାଉଣ୍ଡ ଏବଂ ଇଣ୍ଡିଆନ୍ କରେନ୍ସିରେ ୧୦ ରୁ ୧୩ ଲକ୍ଷ ଟଙ୍କା ।

wp:html
/wp:html

କୁହାଯାଉଛି ଯେ ଏହା ଏକ ବିରଳ ମଦ ବୋତଲ । ଯାହା ଫ୍ରାନ୍ସର ବୋର୍ଡୋ ର ଉତ୍ତର-ପଶ୍ଚିମରେ ନିର୍ମିତ । ଏହି ବୋତଲ ନିଲାମରେ ଉପଲବ୍ଧ । ଏହା ପୂର୍ବରୁ ମଧ୍ୟ ନିକ ପ୍ରିୟଙ୍କାଙ୍କୁ ଅନେକ ମହଙ୍ଗା ଉପହାର ଦେଇଛନ୍ତି। ବିବାହ ଅବସରରେ ନିକ ଅଭିନେତ୍ରୀଙ୍କୁ ୧୪୪ କୋଟି ଟଙ୍କା ମୂଲ୍ୟର ଏକ ମହଲ ଉପହାର ଦେଇଥିଲେ।

ଉପହାର ବ୍ୟତୀତ ନିକ ନିଜ ଇନଷ୍ଟାଗ୍ରାମରେ ପ୍ରିୟଙ୍କାଙ୍କ କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା ଗୋଟିଏ ଫଟୋରେ ଗୋଲାପୀ ରଙ୍ଗର ସାଢି ପିନ୍ଧିଥିବା ବେଳେ ଅନ୍ୟ ଫଟୋଟି ତାଙ୍କ ପିଲାଦିନର । ଏହା ସହିତ ନିକ କ୍ୟାପସନରେ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ମାଇଁ ଲଭ୍ ।  ତୁମେ ଦୁନିଆର ସମସ୍ତ ସୁଖର ଯୋଗ୍ୟ । ଆଜି ଏବଂ ପ୍ରତିଦିନ ମୁଁ ତୁମକୁ ଭଲ ପାଏ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.