ଶାଳୀଙ୍କ ଉପରେ ଫିଦା ହୋଇଛନ୍ତି ନିକ୍‌ ଯୋନାସ

Published By : Prameya-News7 Bureau | March 17, 2019 IST

ମୁମ୍ୱାଇ୧୭|୩: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପଡା ଆଗାମୀ ଚଳଚ୍ଚିତ୍ର କେଶରୀ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ପରିଣୀତିଙ୍କ ସହ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ଅଭିନୟ କରିବେ। ଫିଲ୍ମର ପ୍ରମୋଶନ ଆରମ୍ଭ ହୋଇସାରିଛି। ପରିଣୀତି ମଧ୍ୟ ପ୍ରମୋଶନରେ ସାମିଲ ହେଉଛନ୍ତି। ଏବେ କିଛି ଦିନ ପୂର୍ବରୁ ପରିଣୀତି ଓ ଅକ୍ଷୟ ଏକ ଚାଟ ସୋରେ ଯାଇଥିଲେ। ଏହି ସୋ ରେ ପରିଣୀତି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା କହିଥିଲେ।      

{"id":94486,"width":589,"height":442}

ଏହି ସୋ ରେ ପରିଣୀତିଙ୍କୁ ପଚରାଯାଇଥିଲା ଯେ, ନିକ୍‌ ଓ ପ୍ରିୟଙ୍କାଙ୍କ ବିବାହରେ ତାଙ୍କ ସହ କିଏ ଫ୍ଲଟିଂ କରୁଥିଲେ। ପରିଣୀତି କହିଥିଲେ ଯେ ଅନେକ ଜଣ ତାଙ୍କୁ ଲାଇନ ମାରୁଥିଲେ କିନ୍ତୁ ସେ କାହାକୁ ସୁଯୋଗ ଦେଇନଥିଲେ। ସେ କେବେ ବିବାହ କରିବେ ବୋଲି ପରିଣୀତିଙ୍କୁ ପ୍ରଶ୍ନ କରାଯାଇଥିଲା। ତାଙ୍କର ଏବେ ବିବାହ କରିବାର କିଛି ପ୍ଲାନ ନାହିଁ ବୋଲି ସେ ଜବାବ ଦେଇଥିଲେ।

{"id":94488,"width":591,"height":331}

ପରିଣୀତି ନିଜ ଭଉଣୀ ପ୍ରିୟଙ୍କାଙ୍କଠୁ ପ୍ରଭାବିତ ହୋଇଛନ୍ତି କି ବୋଲି ପ୍ରଶ୍ନ କରାଯାଇଥିଲା। ସେ କହିଥିଲେ ଯେ ପ୍ରିୟଙ୍କା ନିଜେ ୩୬ ବୟସରେ ବିବାହ କରିଛନ୍ତି। ପ୍ରିୟଙ୍କା ନିଜେ ଶିଘ୍ର ବିବାହ କରିନଥିଲେ ତେବେ ସେ ତାଙ୍କଠୁ ପ୍ରଭାବିତ ହେବାର ପ୍ରଶ୍ନ ଉଠୁନାହିଁ। ପରିଣୀତି କହିଥିଲେ ଯେ, ତାଙ୍କ ମା ବାପା ବହୁତ କୁଲ୍‌ । ସେମାନେ କେବେ ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିବେ ନାହିଁ। ପରିଣୀତି ମଧ୍ୟ ଏବେ ବିବାହ ପାଇଁ ପ୍ରସ୍ତୁତ ନାହାନ୍ତି। ପ୍ରିୟଙ୍କା ଓ ନିକ୍‌ ତାଙ୍କୁ ବହୁତ ଭଲ ପାଆନ୍ତି ବୋଲି ପରିଣୀତି କହିଥିଲେ। ନିକ୍‌ ତାଙ୍କ ସହ ବହୁତ ମସ୍ତି ମଜା ମଧ୍ୟ କରନ୍ତି। ନିଜ ଶାଳୀ ପରିଣୀତିଙ୍କୁ ଖୁବ୍‌ ପସନ୍ଦ କରନ୍ତି ବୋଲି ନିକ୍‌ ଏକ ସାକ୍ଷାତକାରରେ କହିଥିଲେ।

wp:heading {"level":1}

 

/wp:heading wp:heading {"level":1}

17

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.