ବିବାହ କରିବାକୁ ଭାରତ ପହଞ୍ଚିଲେ ନିକ୍ ଜୋନାସ୍ : ପ୍ରଧାନମନ୍ତ୍ରୀଙ୍କୁ କରିବେ ନିମନ୍ତ୍ରଣ
Published By : Prameya-News7 Bureau | November 22, 2018 IST
ମୁମ୍ବାଇ ୨୨/୧୧: ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସଙ୍କ ବିବାହ ଗଣତି ବରମ୍ଭ ହୋଇଗଲାଣି। ବିବାହ ନିମନ୍ତେ ଆମେରିକୀୟ କଣ୍ଠଶିଳ୍ପୀ ନିକ୍ ଜୋନସ୍ ଆଜି ଦିଲ୍ଳୀରେ ବସି ପହଞ୍ଚିଛନ୍ତି। ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଦିଲ୍ଲୀରେ ନିଜ ଫିଲ୍ମ ‘ଦ ସ୍କାଏ ଇଜ ପିଙ୍କ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଚର୍ଚ୍ଚା ହେଉଛି ଯେ ପ୍ରିୟଙ୍କା ଏବଂ ନିକ୍ ଏକାଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ପତ୍ର ଦେବାକୁ ଯାଇପାରନ୍ତି।
ପ୍ରିୟଙ୍କା ଏବଂ ନିକଙ୍କ ବିବାହ ଯୋଧପୁରର ଶାହି ଉମୈଦ ଭବନରେ ଅନୁଷ୍ଠିତ ହେବ। ଏଠାରେ ତାଙ୍କ ବିବାହ ଉତ୍ସବ ନଭେମ୍ବର ୨୮ରୁ ଡିସେମ୍ବର ୨ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ନିକ୍ ଜୋନସ୍ ଭାରତ ପହଞ୍ଚିଗଲେଣି।
ଏହା ପୂର୍ବରୁ ପ୍ରିୟଙ୍କା ଚୋପ୍ରା ତାଙ୍କ ବ୍ରାଇଡାଲ୍ ଶାଓ୍ବର ଏବଂ ବ୍ୟାଚଲରେଟ୍ ପାର୍ଟିକୁ ଭଲଭାବେ ପାଳନ କରିଥିଲେ। ଯୋଧପୁରରେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି।