ଆବୁଧାବିରେ ଜଲୱା ଦେଖାଇବେ ନୋରା, ‘ଭିଡକନ୍’ ଷ୍ଟେଜ୍ ରେ ନିକ୍ ଜୋନାସଙ୍କ ସହ ନଜର ଆସିବେ

Published By : Prameya-News7 Bureau | December 01, 2021 IST

ନୂଆଦିଲ୍ଲୀ ୦୧/୧୨: ବଲିଉଡର ଡ୍ୟାନ୍ସ କ୍ୱିନ୍ ନୋରା ଫତେହି ଆବୁଧାବିର ଭିଡକନରେ ପରଫର୍ମ କରିଥିବା ପ୍ରଥମ ବଲିଉଡ ସେଲିବ୍ରିଟି ହେବାକୁ ଯାଉଛନ୍ତି। ଡିସେମ୍ବର ୩ ରେ ଆୟୋଜିତ ହେବାକୁ ଥିବା ଏହି ଭିଡକନରେ ଅନ୍ତର୍ଜାତୀୟ ପପ୍ ଷ୍ଟାର୍ ନିକ ଜୋନାସ୍ ଏବଂ କହଲାନିଙ୍କ ପରି ବଡ ସେଲିବ୍ରେଟିମାନେ ମଧ୍ୟ ପରଫର୍ମ କରିବେ। କୁହାଯାଉଛି ଯେ ନୋରା ତାଙ୍କର କେତେକ ସୁପରହିଟ୍ ବଲିଉଡ ଗୀତରେ ପରଫର୍ମ କରିବେ।

ଏହା ପୂର୍ବରୁ ନୋରା ପ୍ୟାରିସର ଲିଓଲିମ୍ପିଆ ବ୍ରୁନୋ କ୍ୱାଟ୍ରିକ୍ସରେ ଡ୍ୟାନ୍ସ କରି ଅନ୍ତର୍ଜାତୀୟ ସ୍ତରରେ ପରଫର୍ମ କରିଥିବା ପ୍ରଥମ ବଲିଉଡ ସେଲିବ୍ରିଟି ହୋଇଥିଲେ। ସେଠାରେ ନୋରା ଆରବୀ ଏବଂ ଭାରତୀୟ ନୃତ୍ୟର ଏକ ମିଶ୍ରଣ ଉପସ୍ଥାପନ କରିଥିଲେ । ନୋରାଙ୍କ ବ୍ୟତୀତ କୌଣସି ବଲିଉଡ ସେଲିବ୍ରିଟି ଅଲିମ୍ପିଆର ମଞ୍ଚରେ ପହଞ୍ଚି ନାହାଁନ୍ତି। ଏବେ ପୁଣି ଥରେ ନୋରା ଅନ୍ତର୍ଜାତୀୟ ମଞ୍ଚରେ ଷ୍ଟାରମାନଙ୍କ ମଧ୍ୟରେ ପରଫର୍ମ କରିବାକୁ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.