Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ନିକ୍ ଜୋନସ୍‌ଙ୍କ ଦୃଢୋକ୍ତି : ଓସ୍କାର ଜିତିବେ ପ୍ରିୟଙ୍କା , ହେବେ ‘ଜୋନସ୍’ ପରିବାରର ପ୍ରଥମ ବିଜେତା

30/01/2021 at 3:33 PM

ମୁମ୍ବାଇ ୩୦/୦୧ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ଆଗାମୀ ଫିଲ୍ମ ‘ଦ ହ୍ୱାଇଟ୍‌ ଟାଇଗର’ କୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ପ୍ରିୟଙ୍କାଙ୍କ ଫିଲ୍ମ ଜାନୁଆରୀ ୨୨ ରେ ରିଲିଜ୍ ହୋଇଛି । ଏହି ଚଳଚିତ୍ରରେ ପ୍ରିୟଙ୍କା ଚୋପ୍ରା, ଅଭିନେତା ରାଜକୁମାର ରାଓଙ୍କ ସହ ନଜର ଆସିଛନ୍ତି । ଏହି ଚଳଚିତ୍ରରେ ଅଭିନେତ୍ରୀଙ୍କ କାମକୁ ଖୁବ ପସନ୍ଦ କରାଯାଇଛି । ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର’ ରେ ପ୍ରିୟଙ୍କାଙ୍କ ଅଭିନୟରେ ତାଙ୍କ ପତି ନିକ୍ ଜୋନସ୍ ମଧ୍ୟ ଖୁବ ପ୍ରଭାବିତ ହୋଇଛନ୍ତି । 

ପ୍ରିୟଙ୍କା ଭେରାଇଟି ସରକିଟ୍ ପୋଡକାଷ୍ଟ ଆୱାର୍ଡ ସୋ ରେ ନିକ୍‌ଙ୍କର ପ୍ରଶଂସା କରି କହିଛନ୍ତି –‘ନିକ୍ ପରଫେକ୍ଟ ସ୍ୱାମୀ ଅଟନ୍ତି ଯିଏ କି କିଛି ବି ଭୁଲ କରନ୍ତି ନାହିଁ । ତାଙ୍କର ଏହି ଗୁଣ ମୋତେ ତାଙ୍କର ଆହୁରି ନିକଟତର କରୁଛି । ଏଥିରୁ ଏହି ଭରସା ମିଳୁଛି ଯେ, ମୁଁ  ଯାହା ବି କରୁଛି, ତାହା ବହୁତ ଭଲ କରୁଛି । ନିକ୍ ଙ୍କ ଭରସା ଅଛି , ମୁଁ ଓସ୍କାର ଜିତିବାର ପ୍ରଥମ ଜୋନସ ହୋଇପାରେ’ ।

‘ଦ ହ୍ୱାଇଟ ଟାଇଗର’ ଖୁବ ହିଟ୍ ହୋଇଛି । ଏହି ଚଳଚିତ୍ରକୁ ଗୋଲ୍ଡ ଲିଷ୍ଟରେ ବେଷ୍ଟ ଫିଲ୍ମର ଆଖ୍ୟା ମିଳିଛି । ପ୍ରିୟଙ୍କାଙ୍କୁ ଏହି ଚଳଚିତ୍ର ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଆୱାର୍ଡ ମଧ୍ୟ ମିଳିଛି । 

ଯଦି କାମ କଥା କୁହାଯାଏ, ତେବେ ପ୍ରିୟଙ୍କା ଏକ ବଡ ପ୍ରୋଜେକ୍ଟରେ କାମ କରୁଛନ୍ତି । ପ୍ରିୟଙ୍କା ହଲିଉଡ଼୍ ଚଳଚିତ୍ର ‘ଟେକ୍ସଟ୍ ଫର ୟୁ’ ଏବଂ ‘ମ୍ୟାକଟ୍ରିସ୍ ୪’ ରେ ନଜର ଆସିବେ । ଏହା ବ୍ୟତୀତ ଅଭିନେତ୍ରୀ ୱେବ୍ ସିରିଜ୍ ‘ଏଣ୍ଡ ଗେମ୍’ ରେ ମଧ୍ୟ ନଜର ଆସିବେ ।

   Related Posts