ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ଯୁବକଙ୍କ ନିଆରା ପ୍ରୟାସ, ଚାଲି ଚାଲି ୨୮୭ ବ୍ଲକରେ ପ୍ରଦାନ କଲେ ଦାବିପତ୍ର

Published By : Prameya-News7 Bureau | December 04, 2020 IST

ବାଲିପାଟଣା ୦୪।୧୨: ହାତରେ ତ୍ରିରଙ୍ଗା, ଚାଲି ଚାଲି ସବୁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଏହି ଯୁବକ। ଏ ଯୁବକ ହେଉଛନ୍ତି ଗଜତସିଂହପୁରର ସତ୍ୟବ୍ରତ। ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଭଗବାନ୍‌ସୋନ୍ଦୋଳ ଗ୍ରାମର ସତ୍ୟବ୍ରତ ଚାଲି ଚାଲି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବ୍ଲକରେ ଦାବିପତ୍ର ଦେଉଛନ୍ତି। । ନିଆଳି ବିଡିଓଙ୍କୁ ଦାବିପତ୍ର ଦେବା ପରେ ସତ୍ୟବ୍ରତ ପହଞ୍ଚିଲେ ବାଲିପାଟଣା ବ୍ଲକ କାର୍ଯ୍ୟାଳୟରେ ।

ବିଡିଓ ମିତାଞ୍ଜଳୀ ଦାଶଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ସତ୍ୟବ୍ରତ । ବାଲିପାଟଣାରେ ପହଞ୍ଚିବା ପରେ ସ୍ଥାନୀୟ ବୁଦ୍ଧିଯିବି ସତ୍ୟବ୍ରତଙ୍କୁ ସ୍ୱାଗତ କରିଥିଲେ । ସତ୍ୟବ୍ରତ ୨୮୭ ବ୍ଲକ କାର୍ଯ୍ୟାଳୟରେ ପହଁଚି ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିପାଇଁ ସତ୍ୟବ୍ରତଙ୍କୁ ୫୧୪ଦିନ ଲାଗିଛି । ସତ୍ୟବ୍ରତଙ୍କର ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.