Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବ୍ରହ୍ମପୁର ପୋଲିସ୍‌ର କଡ଼ା ପଦକ୍ଷେପ: ଲକଡାଉନ୍‌ରେ ଘରୋଇ ହିଂସା ଦମନ ଲାଗି ଜାରି କଲା ହେଲ୍‌ପ ଲାଇନ ନମ୍ବର

15/04/2020 at 8:23 PM

ବ୍ରହ୍ମପୁର୧୫/୪: ଲକ୍‌ଡାଉନ୍‌ରେ ଘରୋଇ ହିଂସାକୁ ଦମନ କରିବା ଲାଗି ବ୍ରହ୍ମପୁର ପୋଲିସ୍‌ ଜାରି କଲା ହେଲ୍‌ପ ଲାଇନ୍ ନମ୍ବର। ଲକ୍‌ଡାଉନ୍‌ ସମୟରେ କିପରି ଲୋକେ ଘରେ ଶାନ୍ତି-ଶୃଙ୍ଖଳାରେ ରହିବେ, ସେଥିପାଇଁ ବ୍ରହ୍ମପୁର ପୋଲିସ୍ ଏହି ନିଆରା ପଦକ୍ଷେପ ନେଇଛନ୍ତି। ଲକ୍‌ଡାଉନ୍ ଯୋଗୁଁ ଥାନାରେ ଅଭିଯୋଗ କରିବାକୁ ଅଭିଯୋଗକାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ତେବେ ଘରୋଇ ହିଂସାକୁ ଦମନ କରିବାକୁ ବ୍ରହ୍ମପୁର ଏସ୍‌ପି ଏବଂ ଆଇୟୁସିଏଡବ୍ଲୁ ( IUCAW)ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏକ ଟିମ୍ ଗଠନ ହୋଇଛି।

ସେହିପରି ଅଭିଯୋଗ କରିବା ପାଇଁ ବିଭିନ୍ନ ପ୍ଳାଟଫର୍ମ ରହିଛି। ତେବେ ଘରୋଇ ହିଂସାରେ ଶିକାର ହେଉଥିବା ବ୍ୟକ୍ତି ଅନ୍‌ଲାଇନ କିମ୍ବା ୧୦୦ ନମ୍ବର ଫୋନ୍ କରି ଅଭିଯୋଗ ରେଜିଷ୍ଟ୍ରେସନ କରି ପାରିବେ। ଏହା ବ୍ୟତୀତ କଣ୍ଟ୍ରୋଲ୍ ରୁମ୍‌ର ଲ୍ୟାଣ୍ଡ ଲାଇନ୍‌ ନମ୍ବର ୦୬୮୦ – ୨୨୯୦୦୨୨ ସହ ଜାରି ହୋଇଥିବା ମୋବାଇଲ୍ ନମ୍ବର 9937438327, 9090497010, 9437387677  ଏବଂ 9439962608 ରେ ଫୋନ କରି ଅଭିଯୋଗ କରିପାରିବେ ବୋଲି ବ୍ରହ୍ମପୁର ଏସ୍ ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

   Related Posts