Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ହସ୍ପିଟାଲର ନବମ ମହଲାରେ ଲାଗିଲା ନିଆଁ

17/06/2021 at 8:13 AM

ନୂଆଦିଲ୍ଲୀ, ୧୭|୦୬:  ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ । ବୁଧବାର ରାତିରେ ହସ୍ପିଟାଲର ୯ମ ମହଲାରେ ନିଆଁ ଲାଗିଥିଲା । ଲ୍ୟାବରେ ନିଆଁ ଲାଗିବା ପରେ ଧୂଆଁ ବାହାରିଥିଲା ।

ଖବର ପାଇ ପୋଲିସ ଓ ଦମକଳ ବାହିନୀର ଟିମ ଘଟଣାସ୍ଥଳରେ ପହଂଚିଥିଲେ । ଫାୟାର ବିଗ୍ରେଡର ୨୨ଟି ଗାଡ଼ିର ସହଯୋଗରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ତେବେ ଯେଉଁ ଫ୍ଲୋରରେ ନିଆଁ ଲାଗିଥିଲା, ସେଠାରେ କୌଣସି ୱାର୍ଡ ନଥିଲା । ତେଣୁ କୌଣସି ମୃତାହତ ହେବାର ସୂଚନା ମିଳିନାହିଁ ।

ଦମକଳ ବାହିନୀର କହିବାନୁସାରେ, ରାତି ୧୦ଟା ୩୦ରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା । ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ୨୨ଟି ଦମକଳ ବାହିନୀ ପଠାଯାଇଥିଲା । ଏହାପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିବା ନେଇ ଦମକଳ ଅଧିକାରୀ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏବେସୁଦ୍ଧା ଅସ୍ପଷ୍ଟ ରହିଛି ।

   Related Posts