ସମୁଦ୍ରରେ ନିଆଁ : ହୁତୁହୁତୁ ହୋଇ ଜଳୁଛି, ଭିଡିଓ ଦେଖିଲେ ଥରି ଉଠିବ ଛାତି...

Published By : Prameya-News7 Bureau | July 03, 2021 IST

ନୂଆଦିଲ୍ଲୀ,୦୩/୦୭:  ଜଳୁଛି ସମୁଦ୍ର । ଲାଟିନ୍ ଆମେରିକୀୟ ଦେଶ ମେକ୍ସିକୋ ନିକଟବର୍ତ୍ତୀ ସମୁଦ୍ରରେ ହଠାତ ନିଆଁ ଲାଗିଯାଇଛି । ଏକ ତେଲ ପାଇପଲାଇନ୍ ଫାଟିଯିବାରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁର ପ୍ରକୋପ ଏତେ ଅଧିକ ଯେ ସମୁଦ୍ର ବି ଅଗ୍ନିପିଣ୍ଡୁଳାର ଭ୍ରମ ସୃଷ୍ଟି କରୁଛି । ଆହୁରି ମଧ୍ୟ ନିଆଁ ଯେଉଁଠି ଲାଗିଛି ସେପାଖରେ ଏକ ଅଏଲ୍ ରିଙ୍ଗ୍ ରହିଛି ଯେଉଁଠାରୁ ତେଲ ନିଷ୍କାସନ କରିବା ପାଇଁ ଉଦ୍ୟମ କରାଯାଉଛି । ନିଆଁର ଭୟଙ୍କର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଏହି ଭିଡିଓକୁ ଦେଖି କିଛି ଏହାକୁ ଆଇ ଅଫ୍ ଫାୟାର କହୁଛନ୍ତି ।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ୟୁକାତନ ପ୍ରାୟଦ୍ୱୀପ ନିକଟରେ ଥିବା ସମୁଦ୍ର ମଧ୍ୟରେ ଏହି ଘଟଣା ଘଟିଛି । ଏହି ଦୃଶ୍ୟ ଏତେ ଭୟଙ୍କର ଯେ, ସମୁଦ୍ରରୁ ଲାଭା ନିର୍ଗତ ହେଉଥିବା ଭଳି ଲାଗୁଛି । ଯେଉଁ ପାଇପଲାଇନରେ ନିଆଁ ଲାଗିଛି ତାହା ମେକ୍ସିକୋ ସରକାରୀ ତୈଳ କମ୍ପାନୀ ପେମେକ୍ସର ଅଟେ । ତେବେ ୫ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିବା କୁହାଯାଉଛି ।

wp:html /wp:html

ଏହାପୂର୍ବରୁ ମଧ୍ୟ ପେମେକ୍ସର ଅନେକ ପ୍ରକଳ୍ପରେ ଭୀଷଣ ଦୁର୍ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଅଘଟଣରେ କେହି ଆହତ ହୋଇନଥିବା କମ୍ପାନୀ କହିଛି । ନିଆଁକୁ ଆୟତ୍ତ କରିବାକୁ ନାଇଟ୍ରୋଜେନ୍ ଗ୍ୟାସକୁ ବ୍ୟବହାର କରାଯାଇଥିଲା ।

ଯେଉଁ ପାଇପଲାଇନ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି ତାହା ଡ୍ରିଲିଂ ପ୍ଲାଟଫର୍ମରୁ ମାତ୍ର ୧୫୦ କିମି ଦୂରରେ ଅବସ୍ଥିତ । ଏଠାରୁ ପ୍ରତିଦିନ ୭ ଲକ୍ଷ ବ୍ୟାରେଲ୍ ତୈଳ ଉତ୍ପାଦନ କରାଯାଏ ।ଯାହା ପେମେକ୍ସ କମ୍ପାନୀର ମୋଟ୍ ତୈଳ ଉତ୍ପାଦନର ୪୦ ପ୍ରତିଶତ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.