Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ସେପଟେ ନିଆଳି ଓ ଗୋପାଳପୁର ୟୁକୋ ବ୍ୟାଙ୍କ ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ଦୁର୍ଦ୍ଦାନ୍ତ ଅପରାଧୀ ମାଧବ ଖୁଣ୍ଟିଆ ଗିରଫ, ଖୋଲୁଛି ଗ୍ୟାଙ୍ଗଷ୍ଟର ଲିଂକ୍

28/09/2018 at 5:29 PM

ଭୁବନେଶ୍ବର୨୮|୯: ଖୋଲିବାରେ ଲାଗିଛି ଗ୍ୟାଙ୍ଗଷ୍ଟାର ମାଧବ ଖୁଣ୍ଟିଆ ଅପରାଧ ସାମ୍ରଜ୍ୟର ଗୁମର । ମାଧବର ଗିରଫଦାରୀ ପରେ ଗୋଟିଏ ପରେ ଗୋଟିଏ ଅପରାଧର କଳା ଫର୍ଦକୁ ତନ ତନ କରି ଯାଞ୍ଜ କାରୁଛି ଏସଟିଏଫ । ରାଜ୍ୟର ଥିବା ବଡ ବଡ ଗ୍ୟାଙ୍ଗଷ୍ଟାରମାନଙ୍କ ସହ ସମର୍କ ରଖି ମାଧବ ଚଳାଇଥିଲା ତାର ନେଟଓାର୍କ । ଯାହର ପର୍ଦାଫାଶ କରିବାରେ ସକ୍ଷମ ହୋଇ କ୍ରାଇବ୍ରାଞ୍ଚ ଏସଟିଏଫ । ସେପଟେ ଆଜି ମାଧବକୁ ବଲାଙ୍ଗିର କୋର୍ଟରେ ହାର କରାଯାଇଛି ।

ଅପରାଧ ଜଗର ବାଦଶାହା ଗ୍ୟାଙ୍ଗଷ୍ଟାର ମାଧବ ଖୁଣ୍ଟିଆ ଏବେ କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ । ଏସଟିଏଫ ଟିମ ମାଧବକୁ ଗିରଫ କରିବା ପରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଅପରାଧିକ ଜଗତର ଗୁମର । ଏପରିକି ରାଜ୍ୟରେ ଥିବା ସମସ୍ତ  ଟପମୋଷ୍ଟ ଗ୍ୟାଙ୍ଗଷ୍ଟାର ସହ ତାର ଲିଙ୍କ ରହିଛି । ସେମାନଙ୍କର ଅପରାଧିକ କାର୍ଯ୍ୟକଳାପର ବ୍ଲୁ ପ୍ରିଣ୍ଟକୁ ଫାଇନାଲ ରୂପ ଦେଉଥିଲା ମାଧବ । କହିବା ପାଇଁ ଗ​‌ଲେ ମୋଟା ଅଙ୍କର ଅର୍ଥ ନେଇ ଗ୍ୟାଙ୍ଗଷ୍ଟାମାନଙ୍କର ଅପରାଧର ସବ କଣ୍ଟ୍ରାକ୍ଟରଭାବେ କାର୍ଯ୍ୟକରୁଥିଲା । ମାଧବ ୧୬ ବର୍ଷ ବୟସରୁ ଅପରାଧ ଦୁନିଆରେ ଦେଇଥିଲା ପାଦ।  ଦୀର୍ଘ ୩୫ ବର୍ଷ ଧରି ସେ ତାର ଅପରାଧିକ ନେଟଓାର୍କ ବିଛାଇଥିଲା ସାରା ରାଜ୍ୟରେ । ଗ୍ୟାଙ୍ଗଷ୍ଟାର ଟିଟୋ , ସପୋ, ହାଇଦର , ଅନିଲ ଛୋଟରାୟ ଓ ରାଜା ଆଚାର୍ଯ୍ୟ ଏଭଳି ବହୁ ଗ୍ୟାଙ୍ଗଷ୍ଟାରଙ୍କ ଛତ୍ରଛାୟା ତଳେ ଥାଇ ମାଧବ ଚଳାଇଥିଲା ତାର ଅପରାଧିକ ନେଟଓ୍ରର୍କ । ମର୍ଡର, ବମିଂ, ଡକାୟତ, କିଡନାପ, ସୁପାରି, ମାରଶସ୍ତ୍ର କାରବାର, ଟେଣ୍ଡର ଫିକିଂ, ଲୁଟ ଭଳି ଅପରାଧିକ କାର୍ଯ୍ୟରେ ଲିପ୍ତ ଥିଲା ମାଧବ । ରାଜ୍ୟର ବିଭିନ୍ନ ଥାନାରେ ୧୩୭ ଟି ମାମଲା ରହିଛି ତା ନାରେ ।

କ୍ରାଇମବ୍ରାଞ୍ଚ ଏସଟିଏଫର ସୂଚନା ଅନୁସାରେ

୧ – ଗ୍ୟାଙ୍ଗଷ୍ଟାର ଟିଟୋ ସହ ମାଧବର ଥିଲା ୩୮ ଟିରୁ ଅଧିକ ଅପରାଧିକ ମାମଲା

୨ – ଗ୍ୟାଙ୍ଗଷ୍ଟାର ସପୋ ସହ ରହିଛି ୧୯ ଟି ଅପରାଧିକ ମାମଲା

୩ –  ଗ୍ୟାଙ୍ଗଷ୍ଟାର ହାଇଦର ସହ ରହିଛି ୨୮ ଟି ଅପରାଧିକ ମାମଲା

୪ – ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ସହ ରହିଛି ୩୫ ଟି ଅପରାଧିକ ମାମଲା

୫ – ଗ୍ୟାଙ୍ଗଷ୍ଟାର ଅନିଲ ଛୋଟରାୟ ସହ ରହିଛି ୧୨ ଟି ଅପରାଧିକ ମାମଲା

ସେପଟେ ନିଆଳି ଓ ଗୋପାଳପୁର ୟୁକୋ ବ୍ୟାଙ୍କ ଲୁଟ ଘଟଣା ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ମାଧକ । କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ ପରେ ଆଜି ତାଙ୍କୁ ବଲାଙ୍ଗିର କୋର୍ଟରେ ହାରଜ କରିଛି ।

ମାଧବର ଗିରଫଦାରୀ ପରେ ତାକୁ ୧୦ ଦିନିଆ ରିମାଣ୍ଡରେ ଆଣି ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମାଧବର କାହା କାହା ସହ ଲିଙ୍କ ଥିଲା । କେଉଁ କେଉଁ ଅପରାଧିକ କାର୍ଯ୍ୟକଳାରେ ତାର ସମ୍ପୃକ୍ତି ଥିଲା ତାର ଖୋଡତାଳ ଆରମ୍ଭ କରି ଦେଇଛି ଏସଟିଏଫ । ଏପରିକି ବେଆଇନ ଅର୍ଥ କାରବାର, ଜମିଜମା କାରବାର ମଧ୍ୟ ତାର ଲିଙ୍କ ଥିବା ଜଣାପଡିଛି । ସେପଟେ ଇଣ୍ଟରଷ୍ଟେଟ ଅପରାଧିକ ଲିଙ୍କ ବି ରହିଛି । ସେହିପରି ତାର ପଲିଟିକାଲ, ପୋଲିସ, ସରକାରୀବାବୁମାନଙ୍କ ସହ ମଧ୍ୟ ଲିଙ୍କ ରିହିଥିବା ଜାଣିବାକୁ ପାଇଛି ଏସଟିଏଫ ।

   Related Posts