Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ, ୬ ମେଣ୍ଢାଙ୍କୁ ମାରି ପକାଇଲା

19/04/2021 at 1:09 PM

ନିଆଳି,୧୯/୦୪: ପୁଣି ଅଜଣା ଜନ୍ତୁ ଆତଙ୍କ । କଟକ ଜିଲ୍ଲା ତିହିଡି ପଞ୍ଚାୟତ ବାଘମରା ଗ୍ରାମରେ ପୁଣି ଦେଖାଦେଇଛି ଅଜଣା ଜନ୍ତୁ । ରବିବାର ବିଳମ୍ବିତ ରାତି ବଘମରା ଗ୍ରାମର ନିରଞ୍ଜନ ଦାସଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣ କରି ୬ ମେଣ୍ଢାଙ୍କୁ ମାରିଦେଇଛି । ଏହାସହ ୫ଟି ମେଣ୍ଢା ଗୁରୁତର ହୋଇଛନ୍ତି ।   

ସୂଚନାନୁସାରେ, ଚଳିତ ମାସ ୧ ତାରିଖରେ ପଡୋଶୀ ବିରଞ୍ଚି ଦାସଙ୍କ ଗୁହାଳରେ ୧୦ ମେଣ୍ଢା ୫ ତାରିଖରେ ୫ ମେଣ୍ଢାଙ୍କୁ ଅଜଣା ଜନ୍ତୁ ମାରି ପକାଇଥିଲା । ବନ ବିଭାଗ ପକ୍ଷରୁ କଡା ନଜର ରଖାଯାଇଥିଲେ ସୁଦ୍ଧା କୌଣସି ଜନ୍ତୁରେ ସନ୍ଧାନ ମିଳିପାରି ନାହିଁ। 

ପୂର୍ବରୁ କ୍ଷତିଗ୍ରସ୍ତ ମେଣ୍ଢା ପାଳକଙ୍କୁ ଏବେସୁଦ୍ଧା କ୍ଷତିପୂରଣ ମିଳିନାହିଁ। ପୁଣି ଅଜଣା ଜନ୍ତୁର ଆତଙ୍କ ମେଣ୍ଢାଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଉଚିତ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

   Related Posts