ପିଙ୍କ୍ ମୋନୋକିନି ପିନ୍ଧି ଗୋଆ ବିଚ୍ରେ ହଟ୍ ପୋଜ୍ ଦେଲେ ନିଆ ଶର୍ମା : ଭାଇରାଲ୍ ହେଲା ଫଟୋ
5/12/2020 at 11:46 AM

ନୂଆ ଦିଲ୍ଲୀ ୫/୧୨: ଟିଭି ଅଭିନେତ୍ରୀ ନିଆ ଶର୍ମା ନିଜ ବୋଲ୍ଡ ଲୁକ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ସୋସିଆଲ ମିଡିଆରେ ନିଜର କିଛି ନୂଆ ଫଟୋ ସେୟାର କରିଛନ୍ତି ଯାହା ଭାଇରାଲ୍ ହେଉଛି। ନିଆଙ୍କ ଏହି ଫଟୋକୁ ଜୋରସୋରରେ ଲାଇକ୍ ଏବଂ ସେୟାର କରାଯାଉଛି।
ଫଟୋଗୁଡ଼ିକରେ ନିଆ ଶର୍ମା ପିଙ୍କ୍ ମୋନୋକିନି ପିନ୍ଧିଥିବା ନଜର ଆସିଛନ୍ତି। ତାଙ୍କର ଏହି ଫଟୋ ଗୋଆ ବିଚ୍ର। ସେ ଏବେ ଏଠାରେ ନିଜ ଓ୍ବେବ୍ ସିରିଜର ସୁଟିଂ କରୁଛନ୍ତି। ଫଟୋଗୁଡ଼ିକରେ ନିଆ ବୋଲ୍ଡ ଅନ୍ଦାଜରେ ପୋଜ୍ ଦେଉଥିବା ନଜର ଆସିଛନ୍ତି ଏହା ପୂର୍ବରୁ ନିଆ ନିଜର ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଗୋଆ ବିଚ୍ରେ ପିଙ୍କ୍ ବିକିନି ପିନ୍ଧି ମସ୍ତି କରୁଥିବା ନଜର ଆସିଛନ୍ତି।
ନିଆ ଶର୍ମା ନିକଟରେ ଅଭିନେତା ରବି ଦୁବେଙ୍କ ସହ ଗ୍ଲାମରସ୍ ଏବଂ ରୋମାଣ୍ଟିକ୍ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ୍ କରିଥିଲେ ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ନିୟା ଶର୍ମା ଏବଂ ଅଭିନେତା ରବି ଦୁବେ ଖୁବ୍ ଶୀଘ୍ର ଜମାଇ ରାଜା ଶୋ ୨.୦ରେ ନଜର ଆସିବେ। ଫଟୋରେ ନିଆ ଏବଂ ରବି ମଝିରେ ଛିଡ଼ା ହୋଇଛନ୍ତି। ପ୍ରଶଂସକଙ୍କୁ ଊଭୟଙ୍କ ମଧ୍ୟରେ ଥିବା କେମିଷ୍ଟ୍ରି ପସନ୍ଦ ଆସିଛି।

ନିଆ ଶର୍ମା ଏବଂ ରବି ଦୁବେଙ୍କ ଯୋଡ଼ିର ଜମାଇ ରାଜାର ସିଜନ୍ ଓ୍ବାନକୁ ପ୍ରଶଂସକ ଖୁବ୍ ପସନ୍ଦ କରିଥିଲେ। ନିଆ ଟିଭି ଶୋ କାଳୀ ଜରିଆରେ ଟିଭି ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ଏହା ପରେ ନିଆ ଶର୍ମା ଧାରାବାହିକ ‘ଏକ ହଜାରୋଁ ମେ ମେରି ବେହେନା ହେ’ରେ ନଜର ଆସିଥିଲେ। ନିଆ ଶର୍ମା ଜମାଇ ରାଜାରେ ରବି ଦୁବେଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ନିକଟରେ ନିୟା ଶତରୋଁ କେ ଖିଲାଡ଼ି ଟ୍ରଫି ମଧ୍ୟ ନିଜ ନାଁରେ କରିଥିଲେ।
