ରବି ଦୁବେଙ୍କୁ 'ବେଷ୍ଟ କିସର୍' ବୋଲି କହିଲେ ନିୟା ଶର୍ମା: ଏହିଭଳି ପ୍ରତିକ୍ରିୟା ରଖିଲେ ପତ୍ନୀ ସରଗୁନ୍

Published By : Prameya-News7 Bureau | February 25, 2021 IST

ମୁମ୍ବାଇ ୨୫/୦୨ : ଏସିଆର ସେକ୍ସିଏଷ୍ଟ ୱିମେନ୍ ତାଲିକାରେ ସାମିଲ ହୋଇଥିବା ଟିଭି ତାରକା ନିୟା ଶର୍ମା (Nia Sharma) ନିଜର ଏକ ବୟାନକୁ ନେଇ ଚର୍ଚ୍ଚିତ ହୋଇଛନ୍ତି। ନିକଟରେ ଏକ ଇଭେଣ୍ଟରେ ନିଜ ଶୋ' ଜମାଇ୨.୦ (Jamai 2.0) ର କୋ-ଷ୍ଟାର୍ ରବି ଦୁବେଙ୍କ ସମ୍ପର୍କରେ ଏମିତି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ପ୍ରଶଂସକ ମହଲରେ ନାନା ପ୍ରଶ୍ନ ଉଠିଛି।

{"id":414683,"width":567,"height":319,"sizeSlug":"large","linkDestination":"none"}

ନିୟା ରବି ଦୁବେଙ୍କୁ 'ବେଷ୍ଟ କିସର୍' ବୋଲି କହିଛନ୍ତି। ନିୟାଙ୍କ ଏହି ବୟାନ୍ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି। ଭାଇରାଲ୍ ହେବାପରେ ପ୍ରଶଂସକ ତାଙ୍କୁ ଟ୍ରୋଲ୍ କରିଛନ୍ତି। ନିୟାଙ୍କ ଏହି ବୟାନ ଯୋଗୁଁ ରବି ଦୁବେଙ୍କ ପତ୍ନୀ ସରଗୁନ ମେହତା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

{"id":414676,"sizeSlug":"large","linkDestination":"none"}

ନିୟା ଶର୍ମା ଓ ରବି ଦୁବେଙ୍କ ନୂଆ ୱେବ ସିରିଜ 'ଜମାଇ ୨.୦'ରେ ଦୁହିଁଙ୍କର ଅନେକ ଅନ୍ତରଙ୍ଗ ସିନ୍ ଅଛି। ଶୋ'ରେ ଦୁହିଁଙ୍କ କିସିଙ୍ଗ୍ ସିନ୍ ବି ଅଛି। ସେଥିରୁ ଗୋଟିଏ ଅଣ୍ଡର୍ ୱାଟର୍ କିସିଙ୍ଗ୍ ସିନ୍ ବି ରହିଛି। ଏହି ଶୋ' ସମ୍ପର୍କରେ କଥା ହୋଇ ନିୟା ରବିଙ୍କୁ ବେଷ୍ଟ କିସର୍ ବୋଲି କହିଛନ୍ତି।

{"id":414684,"sizeSlug":"large","linkDestination":"none"}

ରବି ଦୁବେଙ୍କ ପତ୍ନୀ ପଞ୍ଜାବୀ ଫିଲ୍ମରେ ସୁପରଷ୍ଟାର ଅଭିନେତ୍ରୀ। ସେ ନିୟାଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ ନିୟାଙ୍କ ବୟାନକୁ ପଜିଟିଭ ଭାବେ ଗ୍ରହଣ କରି ଜଣେ ଭଲ ସହ-କଳାକାର ବୋଲି କହିଛନ୍ତି।

{"id":414679,"sizeSlug":"large","linkDestination":"none"}

ଏକ ଗଣମାଧ୍ୟମକୁ ରବି ଦୁବେ କହିଛନ୍ତି ଯେ, ତାଙ୍କୁ ନିୟା ବହୁତ ପସନ୍ଦ ଆଉ ସେ ବି ଏକଥା ବହୁତ ଭଲ ଭାବେ ଜାଣିଛନ୍ତି। କେବଳ ସେ ନୁହେଁ ତାଙ୍କ ପତ୍ନୀ ବି ନିୟାଙ୍କୁ ବହୁତ ପସନ୍ଦ କରନ୍ତି ବୋଲି ସେ କହିଛନ୍ତି। ସେ ଭିଡିଓ ଦେଖି ଆମେ ବହୁତ ହସିଥିଲୁ କାରଣ ଆମେ ନିୟାକୁ ବହୁତ ଭଲ ଭାବେ ଜାଣିଛୁ ବୋଲି କହିଛନ୍ତି ରବି। ନିୟା କିଛି ଭୁଲ କି ଖରାପ କଥା କହିନାହାନ୍ତି। ସେ ଯାହା କହିଛନ୍ତି ତାହା କେବଳ ସେ ହିଁ କହିପାରିବେ ବୋଲି କହିଛନ୍ତି ରବି।

{"id":414680,"sizeSlug":"large","linkDestination":"none"}

ଜମାଇ ୨.୦ ଟିଭିର ପ୍ରସିଦ୍ଧ ଶୋ' 'ଜମାଇ ରାଜା'ର ସିକ୍ୱେଲ୍। ଏହା ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ ହୋଇଛି ଏବଂ ଦର୍ଶକ ବି ବହୁତ ପସନ୍ଦ କରିଛନ୍ତି। ପ୍ରଥମ ସିଜନ୍ ପରେ ଏହାର ଦ୍ୱିତୀୟ ସିଜନ୍ ବି ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.