Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ନାଗିନ୍ ଫେମ୍ ନିୟା ଶର୍ମାଙ୍କ କାର୍‌ରୁ ଚୋରି ହେଲା ହ୍ୟାଣ୍ଡବ୍ୟାଗ୍ : ମୁମ୍ବାଇ ପୋଲିସକୁ ମାଗିଲେ ସାହାଯ୍ୟ

29/10/2020 at 1:54 PM

ନୂଆଦିଲ୍ଲୀ ୨୯/୧୦: ବୁଧବାର ନାଗିନ୍ ୪ ଫେମ୍ ଅଭିନେତ୍ରୀ ନିଆ ଶର୍ମାଙ୍କ ହ୍ୟାଣ୍ଡବ୍ୟାଗ୍ ତାଙ୍କ କାର୍‌ରୁ ଚୋରି ହୋଇଯାଇଛି। ଏହି ଘଟଣା ମୁମ୍ବାଇର ଲୋଅର ପରେଲ୍ ଅଞ୍ଚଳରେ ଘଟିଛି। ନିଆ ଘଟଣା ପରେ ମୁମ୍ବାଇ ପୋଲିସକୁ ଟ୍ବିଟର ଜରିଆରେ ସାହାଯ୍ୟ ମାଗିଛନ୍ତି। ଏହା ପରେ ନିଆଙ୍କୁ ତୁରନ୍ତ ଉତ୍ତର ମିଳିଥିଲା।

ନିୟା ଟ୍ବିଟରରେ ନିଜ ହ୍ୟାଣ୍ଡବ୍ୟାଗର ଫଟୋ ସେୟାର କରି ଲେଖିଥିଲେ ଯେ ମୁମ୍ବାଇ ପୋଲିସ୍ କେହି ତାଙ୍କ ହ୍ୟାଣ୍ଡବ୍ୟାଗ୍ ତାଙ୍କ କାରରୁ ଉଠାଇ ନେଇଛି। ଲୋଅର ପରେଲର ସେନାପତି ବାପତ ମାର୍ଗ ସିଗନାଲରେ ଏହି ଘଟଣା ଘଟିଛି। ଯେକୌଣସି ସାହାଯ୍ୟ ତାଙ୍କ ପାଇଁ ବହୁତ ମୂଲ୍ୟ ରଖିଥାଏ। ନିଆ ଅଭିଯୋଗ କରିବାରୁ ତୁରନ୍ତ ମୁମ୍ବାଇ ପୋଲିସ୍ ତରଫରୁ ଜବାବ ଆସିଥିଲା। ଯେଉଁଥିରେ ଲେଖା ଥିଲା ‘ଆମେ ଆପଣଙ୍କୁ ଫଲୋ କରୁଛୁ। ଆପଣଙ୍କୁ ରିକ୍ବେଷ୍ଟ କରୁଛୁ ଯେ ନିଜ ନମ୍ବର ଆମକୁ ଇନବକ୍ସ କରନ୍ତୁ। ଡିଟେଲ୍ସ ପାଇଁ ଆମେ ଆପଣଙ୍କୁ ଖୁବ୍ ଶୀଘ୍ର ଫୋନ୍ କରିବୁ।’

ମୁମ୍ବାଇ ପୋଲିସ୍ ତରଫରୁ ମିଳିଥିବା ଜବାବରେ ଖୁସି ହୋଇ ନିଆ ଶର୍ମା ତାଙ୍କ ଧନ୍ୟବାଦ କରି ଲେଖିଛନ୍ତି ଯେ- ଏତେ ଶୀଘ୍ର ଉତ୍ତର ଦେଇଥିବାରୁ ଧନ୍ୟବାଦ। ଏହା ପୂର୍ବରୁ ମଧ୍ୟ ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ମୁମ୍ବାଇ ପୋଲିସକୁ ନିଜ ସହ ହୋଇଥିବା ଅତ୍ୟାଚାରର ଘଟଣା ସେୟାର କରିଛନ୍ତି। ଏଥିରେ ମୁମ୍ବାଇ ପୋଲିସ୍ ଜୋରସୋରରେ ଆକ୍ସନ୍ ନେଇଛି।

ନିୟା ଶର୍ମା ଅନେକ ଲୋକପ୍ରିୟ ଟିଭି ଶୋରେ କାମ କରିଛନ୍ତି। ନିଆ ‘ଏକ ହଜାରୋଁ ମେଁ ମେରି ବେହେନା ହେ’,‘ଜମାଇ ରାଜା’,‘ଇସ୍କ ମେ ମରଜାଓ୍ବାଁ,‘ନାଗିନ୍ ୪’ଭଳି ଶୋରେ କାମ କରିଛନ୍ତି। ନିୟା ଖତରୋଁ କେ ଖିଲାଡ଼ି ମେଡ ଇନ୍ ଇଣ୍ଡିଆ ଜିତିଛନ୍ତି।

   Related Posts