ଏଣ୍ଟିଲିଆ ସ୍କର୍ପିଓ ମାମଲା: ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ NIA ପଚରାଉଚରା ଜାରି, ବାଝେଙ୍କ ଆକାଉଣ୍ଟରୁ ମିଳିଛି ଦେଢକୋଟି ଟଙ୍କା

Published By : Prameya-News7 Bureau | April 08, 2021 IST

ମୁମ୍ବାଇ ୮।୪: ଦକ୍ଷିଣ ମୁମ୍ବାଇସ୍ଥିତ ଉଦ୍ୟୋଗପତି ମୁକେଶ ଆମ୍ବାନୀଙ୍କ ବାସଭବନ ‘ଏଣ୍ଟିଲିଆ’ ସମ୍ମୁଖରୁ ବିସ୍ଫୋରକ ବୋଝେଇ ଏସୟୁଭି ଜବତ ମାମଲାରେ ରାଷ୍ଟ୍ରୀୟ ତଦନ୍ତ ସଂସ୍ଥାନ( ଏନଆଇଏ) ଯାଞ୍ଚ ଜାରି ରହିଛି।  ଏହି କ୍ରମରେ ଏନଆଇଏ ଗୁରୁବାର ପୂର୍ବତନ ଏସିପି ଓ ଏନକାଉଣ୍ଟର ସ୍ପେଶିଆଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ପଚରାଉଚରା କରୁଛି। ମାମଲାରେ ଶର୍ମାଙ୍କୁ ବୁଧବାର ୮ ଘଣ୍ଟା ପଚରାଉଚରା କରାଯାଇଥିଲା।

{"id":435342,"width":839,"height":470,"sizeSlug":"large","linkDestination":"none"}

ସେପଟେ ଯାଞ୍ଚରେ ସଚ୍ଚିନ ବାଝେଙ୍କ ଏକ ବ୍ୟାଙ୍କ ଖାତାରୁ ଏନଆଇଏକୁ ୧.୫ କୋଟି ଟଙ୍କା  ମିଳିଛି। ଏ ନେଇ ସୋଲିସିଟର ଜେନେରାଲ ଏନଆଇଏ କୋର୍ଟଙ୍କୁ ସୂଚିତ କରିଥିବା ବେଳେ ବାଝେଙ୍କ ଭଳି ଜଣେ କର୍ମଚାରୀଙ୍କ ବ୍ୟାଙ୍କ ଖାତାରୁ ଏତେ ମୋଟା ରକମର ଜମା ମିଳିବା ସନ୍ଦେହସ୍ପଦ ବୋଲି କହିଛନ୍ତି। ଏଣୁ ଏହି ବିପୁଳ ଅର୍ଥ କେଉଁଠୁ ଓ କିପରି ତାଙ୍କ ନିକଟକୁ ଆସିଲା ତାର ଏନଆଇଏ ଯାଞ୍ଚ ଲାଗି କୋର୍ଟଙ୍କୁ ଅନୁମତି ମାଗିଛନ୍ତି।

{"id":435343,"sizeSlug":"large","linkDestination":"none"}

ଷଡ଼ଯନ୍ତ୍ରରେ ସାମିଲ ଥିଲା ମନସୁଖ ହିରେନ୍
ଏଣ୍ଟିଲିଆ ପ୍ରକରଣର ଏନଆଇଏ ଯାଞ୍ଚରୁ ନୂଆନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ ପ୍ରାଣ ହରାଇଥିବା ଠାଣେର ମୋଟରପାର୍ଟସ୍ ବ୍ୟବସାୟୀ ମନସୁଖ ହିରେନ ମଧ୍ୟ ମୁକେଶ ଅମ୍ବାନୀଙ୍କ ଏଣ୍ଟିଲିଆ ଆଗରେ ଜିଲେଟିନ ବୋଝେଇ ସ୍କୋର୍ପିୟୋ ଷଡ଼ଯନ୍ତ୍ରର ଏକ କାର୍ପଟଦାର ଥିବା ଜଣାପଡିଛି। ସେ ଟଙ୍କା ଲୋଭରେ ବାଝେଙ୍କ ସାଥ  ଦେଇଥିଲା ଓ ନିଜ ଇଛାରେ ସ୍କର୍ପିଓର ଚାବି ତାଙ୍କୁ ଦେଇଥିବା ବାଝେ ପଚରାଉଚରାରେ କହିଛି।  

{"id":435345,"width":837,"height":598,"sizeSlug":"large","linkDestination":"none"}

ଏଥିପାଇଁ ହୋଇଥିଲା ମନସୁଖର ହତ୍ୟା
ଏଣ୍ଟିଲିଆ ମାମଲା ଯାଞ୍ଚରେ ମନସୁଖ ହିରେନ୍‌ ମାମଲାର କେନ୍ଦ୍ର ପାଲଟିଥିଲା। ଯଦିଓ ଗାଡ଼ି ଚୋରି ହୋଇଥିଲା ଓ ଏ ନେଇ ସେ ପୋଲିସରେ ଏତଲା କରିଥିବା କଥା କହୁଥିଲା ତେବେ ରୁଟିନ୍‌ ପଚରା ଉଚରାରେ ସେ କ୍ରମଶଃ ଦୁର୍ବଳ ହେବାରେ ଲାଗିଥିଲା। ଏଣୁ ମାମଲା ହାତରୁ ଖସୁଥିବା ଦେଖି ମନସୁଖର ହତ୍ୟା ଷଡ଼ଯନ୍ତ୍ର ରଚା ଯାଇଥିବା ଏନଆଇଏ କହିଛି। ଏହି ମାମଲାରେ ମଧ୍ୟ ଆଉ କିଛି ପ୍ରମାଣ ଆବଶ୍ୟକତା ପଡୁଥିବାର ସୋଲିସିଟର ଜେନେରାଲ କୋର୍ଟଙ୍କୁ କହିଛନ୍ତି। ଯାହାର ଏବେ ଏନଆଇଏ ତଦନ୍ତ ହେଉଛି।

{"id":435347,"width":837,"height":478,"sizeSlug":"large","linkDestination":"none"}

ୟୁଏପିଏରେ ବାଝେଙ୍କ ୩୦ ଦିନ ରିମାଣ୍ଡ ଚାହୁଁଛି ଏନଆଇଏ
କୋର୍ଟରେ ମାମଲାର ଶୁଣାଣିରେ ସୋଲିସିଟର ଜେନେରାଲ ଅନ୍ ଲ ଫୁଲ ଆକ୍ଟିଭିଟିଜ (ପ୍ରିଭେନସନ) ଆକ୍ଟ (ୟୁଏପିଏ)ରେ ଏନଆଇଏ ବାଝେଙ୍କ ୩୦ ଦିନ ରିମାଣ୍ଡ ଚାହୁଁଥିବା କହିଛନ୍ତି। ତେବେ କୋର୍ଟ ଏନଆଇଏଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିବା ବେଳେ ଆଗାମୀ ଶୁଣାଣିରେ ସଚ୍ଚିନ ବାଝେଙ୍କ ବିସ୍ତୃତ ହେଲଥ ରିପୋର୍ଟ ଦେବାକୁ କହିଛନ୍ତି। ଏଣୁ ଏନଆଇଏ ଆଗାମୀ ଦିନରେ ବାଝେଙ୍କ ମେଡିକାଲ କରିପାରେ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.