ନିଆଁରେ ଜଳିଗଲା ଦୋକାନ ଓ ଘର : ଚିନ୍ତାରେ ପରିବାର, ସରକାରୀ ସହାୟତାକୁ ଅପେକ୍ଷା

Published By : Prameya-News7 Bureau | May 25, 2020 IST

ଚିତ୍ରକୋଣ୍ଡା ୨୫।୦୫: ଜଳିଗଲା ଦୋକାନ ସମେତ ଘର । ଏପରି ଦୁଖଦ ଘଟଣା ଘଟିଛି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରାଲେଗାଡା ପଞ୍ଚାୟତର ସାରକୁବନ୍ଧ ଗ୍ରାମରେ । ଆଜି ସକଳ ୭ ଟା ସମୟରେ ଘରେ କେହିନଥିବା ବେଳେ ହଠାତ ନିଆଁ ଜଳି ଉଠିଲା ଘର ଭିତରେ ।

{"id":275564,"sizeSlug":"large"}

ଘର ଭିତରୁ ଧୂଆଁ ବାହାରିବାରୁ ଗାଁ ଲୋକେ ମିଶି ପାଣି ଢାଳି ନିଆଁ ଲିଭେଇବାକୁ ଉଦ୍ୟମ କରିଥିଲେ । ବହୁ ଚେଷ୍ଟା ପରେ ବି ନିଆଁ କୁ ଆୟତ୍ତ କରିପାରିନଥିଲେ ସ୍ଥାନୀୟ ଲୋକେ । ନିଆଁରେ କାହାର କିଛି କ୍ଷତି ହୋଇନଥିବା ବେଳେ ଘରର ସମସ୍ତ ଜିନିଷ ପତ୍ର ସହ ସଞ୍ଚୟ କରି ରଖିଥିବା ଟଙ୍କା ପୋଡି ପାଉଁଶ ହୋଇଯାଇଥିଲା । ବର୍ଷ ଯାକ ସଞ୍ଚିତ ସମସ୍ତ ସମ୍ପତି ମାତ୍ର କିଛି ମିନିଟରେ ପୋଡି ପାଉଁଶ ହୋଇଯାଇଛି । ଚିନ୍ତାରେ ଦାନୁ ଖିଲଙ୍କ ପରିବାର ।

{"id":275565,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦାନୁ ଖିଲ ସାରକୁବନ୍ଧ ଗ୍ରାମରେ ତୋପା ଗୁଣ୍ଠା ନାମକ ଏକ ମହିଳାଙ୍କ ଘରେ ଆଜିକୁ ୩ ମାସ ଭଡା ଆକାରରେ ଛୋଟ ତେଜରାତି ଦୋକାନ କରି ରହିଆସୁଥିଲେ । ଚିତ୍ରକୋଣ୍ଡା ବଜାରରୁ ନିତ୍ୟ ବ୍ୟବହାର୍ଜ୍ୟ ସାମଗ୍ରୀ ଆଣି ଏହି ଦୋକାନରେ ରଖି ବିକ୍ରି କରି ଦାନୁ ଓ ତାଙ୍କ ସ୍ତ୍ରୀ ତିଆଲି ଖିଲ ନିଜ ପରିବାରକୁ ଭରଣ ପୋଷଣ କରିଥାନ୍ତି । ନିଆଁରେ ଘର ପୋଡି ସମ୍ପୂର୍ଣ ପାଉଁଶ ହୋଇଯାଇଥିବା ବେଳେ ବର୍ତମାନ ପ୍ରଶାସଙ୍କ ସହାୟତାକୁ ଚାହିଁ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.