Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିଆଁ​‌ରେ ପୋଡି ଯୁବତୀଙ୍କ ମୃତ୍ୟୁ

16/08/2020 at 5:57 PM

 ଭଦ୍ରକ୧୬/୮:  ନିଆଁରେ ପୋଡି ଯୁବତୀଙ୍କ ମୃତ୍ୟୁ। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଓଲଙ୍ଗ ବେହେରା ସାହିରେ ଘଟିଛି ଏମିତି ଅଭାବନୀୟ ଘଟଣା । ମୃତ ଯୁବତୀଙ୍କ ନାମ ଶାନ୍ତିଲତା ବେହେରା । ସୂଚନା ଅନୁଯାୟୀ ମୃତକଙ୍କ ପରିବାର ଲୋକେ ଚାଷ କାମ ପାଇଁ ବିଲକୁ ଯାଇଥିଲେ । ସ୍ଥାନୀୟ ଲୋକେ ଘର ଭିତରୁ ଶବ୍ଦ ଶୁଣି ଆସିଥିଲ। ଘର ଭିତରେ କେହି ଜଳି ଯାଉଥିବା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ସ୍ଥାନୀୟ ଲୋକେ ଓ ପରିବାର ଲୋକେ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ଅଗ୍ନିଶମ ବାହିନୀ ପହଁଞ୍ଚିବା ବେଳକୁ ଶାନ୍ତିଲତାଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଯୁବତୀଙ୍କ ଦେହରେ କେମିତି ନିଆଁ ଲାଗିଲା ସେ ନେଇ କୌଣସି ସୂଚନା ମିଳିନାହିଁ । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଭଦ୍ରକ ମୁଖ୍ୟ ଡାକ୍ତରଖାନା କୁ ପଠାଇଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

   Related Posts