ନିଆଁରେ ପୋଡ଼ିହୋଇ ନାବାଳକ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | April 29, 2020 IST

ବାଲିପାଟଣା ୨୯।୦୪: ନିଆଁରେ ପୋଡ଼ିହୋଇ ନାବାଳକ ଗୁରୁତର । ଗୁରୁତର ଅବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ରେ ଭର୍ତ୍ତି ହୋଇଛନ୍ତି | ଅସାବଧାନତା କାରଣରୁ ନାବାଳକ ଜଣକ ପୋଡ଼ିହୋଇ ଗୁରୁତର ହୋଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି ।

{"id":262002,"sizeSlug":"large"}

ବାଲିପାଟଣା ଥାନା ଘାଷିଅନ୍ଧୋଟି ଗ୍ରାମର ନରେନ୍ଦ୍ର ଭୋଇଙ୍କ ୯ ବର୍ଷ ବୟସର ନାବାଳକ ପୁତ୍ର ଦେହରେ ନିଆଁ ଲାଗି ଯାଇଥିଲା । ନାବାଳକ ଜଣକ ଗୁରୁତର ଭାବେ ପୋଡ଼ିହୋଇ ଯାଇଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ୍ ହସ୍ପିଟାଲ୍‌ ନିଆଯାଇଥିଲା । ତାଙ୍କ ଶରୀରର ୫୦% ଭାଗ ପୋଡ଼ି ଯାଇଛି । ବର୍ତ୍ତମାନ ନାବାଳକଙ୍କ ଅବସ୍ଥା ସ୍ଥିର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.