Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପୁଲୱାମା ହମଲା: NIA ପ୍ରସ୍ତୁତ କଲା ୫ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ, ଅମାବାସ୍ୟା ରାତିରେ ଆତଙ୍କବାଦୀ ପିଠିରେ ବୋହି ଆଣିଥିଲେ RDX

25/08/2020 at 3:11 PM

ନୂଆଦିଲ୍ଲୀ ୨୫/୦୮ : ଜାମ୍ମୁ କାଶ୍ମୀର ପୁଲୱାମାରେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ଯବାନଙ୍କ କନଭେନ ଉପରେ ଆକ୍ରମଣ ଘଟଣାରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (NIA) ମଙ୍ଗଳବାର ଦିନ ୫ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ ଫାଇଲ କରିପାରେ | ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଚାର୍ଜସିଟରେ ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦ ଏବଂ ଏହି ଆତଙ୍କୀ ସଂଗଠନର ନେତା ମାସୁଦ ଅଜହର, ରୁଫ ଅସଗରଙ୍କ ନାମ ଅଭିଯୁକ୍ତ ଭାବେ ଅନ୍ତର୍ଭୁକ୍ତ କରାଯାଇଛି | ହମଲାରେ ବ୍ୟାହର ହୋଇଥିବା ୨୦ କିଲୋ ଆରଡିଏକ୍ସ ପାକିସ୍ତାନରୁ ଅଣାଯାଇଥିବା NIA ଯାଞ୍ଚରୁ ଜାଣିବାକୁ ପାଇଛି |

ସୂଚନା ଅନୁଯାୟୀ, ଏନଆଇଏ ଚାର୍ଜସିଟରେ ଦର୍ଶାଯାଇଛି ଯେ ଆରଡିଏକ୍ସ ଏବଂ ଅନ୍ୟ ବିସ୍ଫୋରକ ଆତଙ୍କବାଦୀମାନେ ନିଜ ପିଠିରେ ବୋହି ପାକିସ୍ତାନରୁ ଆଣିଥିଲେ | ଅନ୍ୟ ଜଣେ ଅଭିଯୁକ୍ତ ଇକବାଲ ରାଡାର ହମଲା ପୂର୍ବରୁ ଉମର ଫାରୁକ୍ ନାମକ ଜଣେ ଆତଙ୍କବାଦୀକୁ ରାତି ଅଧରେ ସୀମା ପାର କରାଇ ଘାଟିକୁ ଆଣିଥିଲା | NIA କୁ ଏହାର ଭିଡିଓ ପ୍ରମାଣ ମଧ୍ୟ ମିଳିଛି ଯେଉଁଥିରେ ଆମବାସ୍ୟା ରାତିରେ ଅନୁପ୍ରବେଶ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା | ଯାଞ୍ଚ ଏଜେନ୍ସିକୁ ଏହି ଭିଡିଓ ଉମର ଫାରୁକ୍ ର ଫୋନରୁ ମିଳିଛି | ଏହି ଫୋନ ଜରିଆରେ ଏଜେନ୍ସି ପୁରା ଯୋଜନା ସମ୍ପର୍କରେ ଜାଣିବାକୁ ପାଇଛି ଯାହାଦ୍ୱାରା ଆତଙ୍କବାଦୀ ଭାରତ ସୀମାକୁ ପ୍ରବେଶ କରିଥିଲେ |

ସୂତ୍ର ଅନୁଯାୟୀ, ଚାର୍ଜସିଟରେ କୁହାଯାଇଛି ଆତଙ୍କବାଦୀ ହମଲାରେ ବ୍ୟବହାର କରିଥିବା ଆମୋନିୟମ୍ ନାଇଟ୍ରେଟ୍ ଏବଂ ନାଇଟ୍ରୋ ଗ୍ଲାଇସେରିନ୍ ପଦାର୍ଥ ସ୍ଥାନୀୟ ସ୍ଥରରୁ ଏକାଠି କରିଥିଲେ | ଆତଙ୍କବାଦୀ ଏହି ବିସ୍ଫୋରକ ଜାମ୍ମୁ କାଶ୍ମୀରରେ ଅନଲାଇନ ମଧ୍ୟ କିଣିଥିଲେ ବୋଲି କୁହାଯାଇଛି |

୨୦୧୯ ମସିହା ଫେବୃଆରୀ ମାସରେ ପୁଲୱାମା ହମଲାର ଏହି ଚାର୍ଜସିଟ ଜାମ୍ମୁ କଶ୍ମୀର ସ୍ଥିତ NIA ର ସ୍ୱତନ୍ତ୍ର ଅଦାଲତରେ ଦାଖଲ କରାଯାଇପାରେ | ଏହି ହମଲାର ମାଷ୍ଟରମାଇଣ୍ଡ ଆଦିଲ ଅହମ୍ମଦ ଡାର୍ ସମେତ ହମଲାରେ ବ୍ୟବହୃତ ହୋଇଥିବା IED ତିଆରି କରିଥିବା କାମରାନ, ସୀମା ପାର କରି ଆସିଥିବା ଆତଙ୍କୀ ଉମର ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି | ଏହି ମାମଲାରେ ଏବେ ସୁଦ୍ଧା ୭ ଜଣଙ୍କୁ ଗିରଫ କରାଯାଇଛି |

   Related Posts