Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ବନ୍ଧା ହେବେ

8/03/2021 at 12:55 PM

ସମ୍ବଲପୁର ୦୮।୦୩: ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ । କେବଳ ସେତିକି ନୁହେଁ ବରଂ ନିଆଁ ଲଗାଉଥିବା ବିଷୟରେ ଖବର ଦେଲେ ମିଳିବ ପୁରସ୍କାର ରାଶି । ଏନେଇ ସମ୍ବଲପୁର ଡିଏଫ୍‌ଓ ସୂଚନା ଦେଇଛନ୍ତି ।  

ନିଆଁକୁ ଆୟତ୍ତ ଓ ନିଆଁ ଯେମିତି ନଲାଗୁ ତାକୁ ଆଧାର କରି ସମ୍ବଲପୁର ଡିଏଫଓ ବଡ ପଦକ୍ଷେପ | ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସୂଚନା ଦେଲେ ୪ ହଜାର ପୁରସ୍କାର ରାଶି ଘୋଷଣା । ସେହିପରି ଜଙ୍ଗଲକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଠିକଣା ରଖିବ ବନବିଭାଗ | ଯେଉଁ ବ୍ୟକ୍ତି ଜଙ୍ଗଲକୁ ପ୍ରବେଶ କରିଥିବେ ସେହି ବ୍ୟକ୍ତି ଜଣାଇବେ ନିଆଁ କିଏ ଲଗାଇଲା । ନହେଲେ ସମ୍ପୃକ୍ତ ସ୍ଥାନରେ ନିଆଁ ଲଗାଇଥିବା ଅଭିଯୋଗରେ ତାଙ୍କ ନାଁରେ ଆକ୍ସନ ହେବ । ଗିରଫ କରାଯାଇ ଜେଲ୍ ପଠାଇବାର ବ୍ୟବସ୍ଥା ଅଛି ବୋଲି ଡିଏଫଓ କହିଛନ୍ତି । ଗତକାଲି ସମ୍ବଲପୁର ସଦର ଡିଭିଜନରେ ୧୧୫ ସ୍ଥାନରେ ନିଆଁ ଲାଗିଥିବା ବେଳେ ଆଜି ୫୭ ଟି ସ୍ଥାନରେ ନିଆଁ ଲାଗିଛି | ଯାହାକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି ।

   Related Posts