ପୁଲୱାମା ବିସ୍ଫୋରଣ ସ୍ଥଳରୁ ଏନଆଇଏ ସଂଗ୍ରହ କରିଛି କାରର ଅଂଶବିଶେଷ : ବ୍ୟବହୃତ ହୋଇଥିଲା ଆରଡିଏକ୍ସ ଏବଂ କେମିକାଲ 90

Published By : Prameya-News7 Bureau | February 17, 2019 IST

ପୁଲୱାମା ବିସ୍ଫୋରଣ ସ୍ଥଳରୁ ଏନଆଇଏ ଫିଦାୟିନ ଆକ୍ରମରେ ବ୍ୟବହୃତ କାର୍‌ର ଅଂଶ ବିଶେଷ ସଂଗ୍ରହ କରିଛନ୍ତି। ଏକ ନାଲି ରଙ୍ଗର ମାରୁତି ଇକୋ ବ୍ୟବହାର କରାଯାଇଥିଲା। ସେପଟେ ଆଜି ୫ ହୁରିୟାତ ନେତାଙ୍କୁ ଦିଆଯାଉଥିବା ସୁରକ୍ଷା ପ୍ରତ୍ୟାହାର କରିନିଆଯାଇଛି। ଏଥିସହିତ ପାକିସ୍ତାନ ଉପରେ ଲଗାଯାଇଥିବା ଆର୍ଥକ କଟକଣା ମଧ୍ୟ କାର୍ଯ୍ୟକାରୀ ହୋଇଛି। …..

{"id":86181}

ବିସ୍ଫୋରଣ ସ୍ଥଳ ତନ୍ନତନ୍ନ ତଦନ୍ତ କରିଛି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍‌ସ ଏନଆଇଏ। ମିଳିଛି ଖାସ୍‌ ସୁରାକ। ବିସ୍ଫୋରଣରେ ଯେଉଁ କାର ବ୍ୟବହାର କରାଯାଇଥିଲା ତାର ଅଂଶ ବିଶେଷ ମିଳିଛି। ଲାଲ ରଙ୍ଗର ମାରୁତି ଇକୋ କାର ବ୍ୟବହାର କରିଥିଲେ ଆତଙ୍କବାଦୀ । ଏବେ କାର କମ୍ପାନି ଏବଂ ସ୍ଥାନୀୟ ଟୋଲ୍‌ଗେଟ୍‌ ମାଧ୍ୟମରେ ସୂଚନା ସଂଗ୍ରହ କରାଯାଉଛି । କାରର୍‌ ଆକ୍ସିଲ ଜବତ ହୋଇଛି। ଯେଉଁଥିରେ ବିସ୍ଫୋରକ ଭର୍ତ୍ତି କରି ଆତଙ୍କବାଦୀ ଆଦିଲ ଅହମ୍ମଦ ସିଆରପିଏଫ ବସ୍‌ରେ ପିଟିଥିଲା। ବ୍ୟବହୃତ ବିସ୍ଫୋରକ ଆରଡିଏକ୍ସ ଏବଂ କେମିକାଲ 90 ବୋଲି ଜଣାପଡ଼ିଛି। କେମିକାଲ 90 ପଥର ଖଣିରେ ବିସ୍ଫୋରଣ ପାଇଁ ବ୍ୟବହୃତ ହୋଇଥାଏ। ଏବେବି ପୁଲୱାମାରେ ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି, ଯେଉଁମାନେ ଏହି ବିସ୍ଫୋରଣରେ ସାମିଲ ହୋଇଥିଲେ। ସେମାନଙ୍କ ଖୋଜା ମଧ୍ୟ ଚାଲିଛି।

{"id":86182}

ସେପଟେ ଆତଙ୍କବାଦୀଙ୍କୁ  ପାଳିପୋଷି ବଡ଼ କରୁଥିବା ହୁରିୟାତ ନେତାଙ୍କ ଉପରେ ଜାମ୍ମୁ ଓ କାଶ୍ମୀର ପ୍ରଶାସନ ସୁରକ୍ଷା ପ୍ରତ୍ୟାହାର କରିଛି।୫ ହୁରିୟାତ ନେତା  ମିରୱେଜ ଉମେର ଫାରୁକ୍ , ଅବଦୁଲ ଗନି ଭଟ୍ଟ, ବିଲାଲ ଲୋନ, ହାସିମ କୁରେସି ଏବଂ ସବିର ଶାହ।ଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି।  ଏମାନେ ଭାରତ ସରକାରଙ୍କ ସୁରକ୍ଷା ନେଉଥିଲେ କିନ୍ତୁ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପରେ ପ୍ରତ୍ୟକ୍ଷ ପରୋକ୍ଷ ଜଡ଼ିତ ଅଛନ୍ତି ।

{"id":86183}

ଏଥିସହିତ ପାକିସ୍ତାନ ଉପରେ ଆର୍ଥିକ କଟକଣାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଗତକାଲି ପାକିସ୍ତାନଠାରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ୨୦୦ ପ୍ରତିଶତ କର ଲଗାଇବାକୁ  ଘୋଷଣା କରାଯାଇଛି।

{"id":86184}

ପୁଲୱାମା ଘଟଣାରେ ଭାରତ କୂଟନୈତିକ ସ୍ତରରେ ତାର ଅଭିଯାନକୁ ଜୋରଦାର କରିଛି। ଘଟଣାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ହାତ ଥିବାର ପ୍ରମାଣ ସମସ୍ତ ଦେଶକୁ ଦିଆଯିବ। ଇତିମଧ୍ୟରେ ଇରାନ ମଧ୍ୟ ପାକିସ୍ତାନକୁ ଚେତାବନୀ ଦେଇଛି ଏଭଳି କାର୍ଯ୍ୟ ତାକୁ ମହଙ୍ଗା ପଡ଼ିବ। ଏତେ ସବୁ ଭିତରେ କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମୁହଁ ବାନ୍ଧି ବସିଛନ୍ତି। ହୁଁ କି ଚୁଁ ପାଟି ଖୋଲିନାହାନ୍ତି। ……

{"id":86185}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.