Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଆତଙ୍କୀର ଓଡିଶା ଲିଙ୍କ ଖୋଳତାଡ଼

9/08/2018 at 7:47 AM

କଟକ ୯/୮ : ଆତଙ୍କୀ ଲିଙ୍କରେ ଗିରଫ ହୋଇଥିବା ହବିବୁରକୁ ଏନଆଇଏ ରିମାଣ୍ଡରେ ନେଇଛି | ବର୍ତ୍ତମାନ ହବିବୁରକୁ ପଚରାଉଚୁରା ଜାରି ରହିଛି | ଶେଷଥର ପାଇଁ ୨୦୦୬ରେ ଓଡିଶା ଆସି କଟକରେ ଥିଲା ହବିବୁର, ଯାହାର ସୁରାକ ପାଇଛି ଏସଟିଏଫର ସ୍ୱତନ୍ତ୍ର ଟିମ | କଟକରେ ଥିବା ବେଳେ ସେ କାହା ସମ୍ପର୍କରେ ଥିଲା, ଓଡିଶାକୁ ସେ ଏକୁଟିଆ ଆସିଥିଲା ନା ଆଉ କିଏ ତା ସହିତ ଆସିଥିଲା, ନା ଆଉ କିଏ ହବିବୁର ସହ ଓଡିଶାରୁ ଯାଇଥିଲେ କି, ଏସବୁ ନେଇ ପଚରାଉଚୁରା କରୁଛି ଏସଟିଏଫ | ଓଡିଶା କୌଣସି ଆତଙ୍କୀ ହମଲା କରିବାକୁ ଉଦ୍ୟମ କରୁଥିଲା କି ବୋଲି ଛାନଭିନ କରୁଛି ଏସଟିଏଫ | କଟକ କମିଶନରେଟ ପୋଲିସ ମଧ୍ୟ ଏସଟିଏଫକୁ ଏଥିରେ ସାହାଯ୍ୟ କରୁଛି | କ୍ରାଇମବ୍ରାଞ୍ଚ ନେତୃତ୍ୱରେ ଏକ ୫ ଜଣିଆ ଗଠନ ହୋଇଛି | ଏହି ଟିମ ଦିଲ୍ଲୀ ଯାଇ ଏନଆଇଏକୁ ସମସ୍ତ ତଥ୍ୟ ପ୍ରଦାନ କରିବେ | ଏସଟିଏଫ ଟିମ ଦିଲ୍ଲୀରେ ପହଂଚିବା ପରେ ହବିବୁରକୁ ଓଡିଶା ଅଣାଯାଇପାରେ ବୋଲି ଚର୍ଚ୍ଚା ହେଉଛି | ତେବେ ହବିବୁର ଠାରୁ ବହୁ ଗୁରୁତ୍ୱପୂର୍ଣ ତଥ୍ୟ ମିଳିବାର ଆଶଙ୍କା କରାଯାଉଛି |

   Related Posts