ପୁଲୱାମା ହମଲାରେ ବ୍ୟବହାର ହୋଇଥିବା ଗାଡି ଏବଂ ଗାଡିର ମାଲିକ ଚିହ୍ନଟ

Published By : Prameya-News7 Bureau | February 25, 2019 IST

କାଶ୍ମୀର ୨୫/୨ : ପୁଲୱାମା ଆତଙ୍କୀ ହମଲାର ଯାଞ୍ଚ ମାମଲାରେ ଏନଆଇଏକୁ ବଡ ଧରଣର ସଫଳତା ମିଳିଛି | ଆତ୍ମଘାତୀ ହମଲାରେ ବ୍ୟବହାର କରାଯାଇଥିବା ଗାଡି ଏବଂ ଏହାର ମାଲିକର ପତା ଲାଗିଛି ଏଜେନ୍ସି | ଆତ୍ମଘାତୀ ହମଲା ପାଇଁ ଏକ ମାରୁତି ଇକୋ ବ୍ୟବହାର କରାଯାଇଥିଲା | କାର ସଜ୍ଜାଦ ଭଟ ନାମକ ଜଣେ ଯୁବକର | ସେ ଅନନ୍ତନାଗ ଜିଲ୍ଲାର ବେଜବେହରାରେ ରହେ | ତାକୁ ଗିରଫ କରିବା ପାଇଁ ପୋଲିସ ବହୁଥର ଚେଷ୍ଟା କରିଛି କିନ୍ତୁ ସେ ସବୁବେଳେ ଖସିଯାଉଛି |

ପୁଲୱାମା ହମଲାରେ ଯାଞ୍ଚ କରୁଥିବା ଏନଆଇଏ ଟିମ ଘଟଣାସ୍ଥଳରୁ କାରର ଟୁକୁଡା ଅଂଶ ଜବତ କରିଥିଲା | ଫରେନସିକ ଏକ୍ସପର୍ଟ ଦ୍ୱାରା କାରର ମଡେଲ ପତା କରାଯାଇଥିଲା | କାରର ଚେସିସ ନମ୍ବର MA3ERLF1SOO183735 ଏବଂ ଇଂଜିନ ନମ୍ବର G12BN164140 | ଏହି କାର ୨୦୧୧ ମସିହାରେ ଅନନ୍ତନାଗ ଜିଲ୍ଲାର ଜଲିଲ ଅହମଦକୁ ବିକ୍ରି କରାଯାଇଥିଲା |


ଏହାପରେ କାରଟିକୁ ୭ ଜଣଙ୍କୁ ବିକ୍ରି କରାଯାଇଥିଲା | ଫେବୃଆରୀ ୪ ତାରିଖରେ ଏହି କାର ସଜ୍ଜାଦ ଭଟ ପାଖରେ ପହଞ୍ଚିଥିଲା | ଫେବୃଆରୀ ୨୩ ତାରିଖରେ ଏନଆଇଏ ଟିମ ସଜ୍ଜାଦ ଭଟର ଘରେ ଚଢ଼ାଉ କରିଥିଲା | କିନ୍ତୁ ସେ ଫେରାର ହୋଇଯାଇଥିଲା | ସଜ୍ଜାଦ ଭଟ ମଧ୍ୟ ହମଲା ପରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନରେ ସାମିଲ ହୋଇଛି | ସଜ୍ଜାଦ ଭଟର ଫଟୋ ଅସ୍ତ୍ରଶାସ୍ତ୍ର ସହିତ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହା ସ୍ପଷ୍ଟ ହୋଇଥିଲା | ପୁଲୱାମା ହମଲା ପୂର୍ବରୁ ଆତ୍ମଘାତୀ ଆତଙ୍କବାଦୀ ଆଦିଲ ମହମ୍ମଦ ଡାର ଅସ୍ତ୍ରଶସ୍ତ୍ର ଧରି ଏକ ଭିଡିଓ ଜାରି କରିଥିଲା | ସଜ୍ଜାଦ ଭଟର ମଧ୍ୟ ଠିକ ଏହିଭଳି ଫଟୋ ସୋସିଆଲ ମିଡ଼ିଆରେ ଘୁସି ବୁଲୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.